ହେଡଲାଇନସ୍:

ଦାୟିତ୍ୱ ଗ୍ରହଣ କଲେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ କୁମାର ମହାପାତ୍ର ଦାୟିତ୍ୱ ଗ୍ରହଣ କରିଥିବା ବେଲେ ଅନ୍ୟତମ ବରିଷ୍ଠ ଆଇଏଏସ ଅଫିସର ପ୍ରଦୀପ କୁମାର ଜେନା ରାଜ୍ୟର ଉନ୍ନୟନ କମିଶନର ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଛନ୍ତି |  ୧୯୮୬ ବ୍ୟାଚ୍‌ର ଆଇଏଏସ୍ ଅଫିସର ଶ୍ରୀ ମହାପାତ୍ରଙ୍କୁ ରାଜ୍ୟ ସରକାର ଡିସେମ୍ବର ୨୫ ତାରିଖରେ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦେଇଥିଲେ । ବିଦାୟୀ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗତକାଲି ଅବସର ଗ୍ରହଣ କରିବା ପରେ ଶ୍ରୀ ମହାପାତ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି | 

ନୂଆ ଉନ୍ନୟନ କମିଶନର ଭାବେ ନିଯୁକ୍ତି ପାଇଥିବା ୧୮୮୯ ବ୍ୟାଚ୍‌ର ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା ମଧ୍ୟ ଆଜି ତାଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି  । ଶ୍ରୀ ଜେନା ଆଜି ଉନ୍ନୟନ କମିଶନର ଭାବେ କାର୍ଯ୍ୟରେ ଯୋଗ ଦେବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ | ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଜେନା ରାଜ୍ୟବାସୀଙ୍କୁ ନବବର୍ଷର ଶୁଭକାମନା ଜଣାଇଛନ୍ତି | ୨୦୨୦ ମସିହାରେ ଆମେ ହେଉ ଦୁଃଖ ଦେଖିଛେ ତାକୁ ଦୂର କରି ପ୍ରଭୁ ଜଗନ୍ନାଥ ରାଜ୍ୟର  ପ୍ରଗତିରେ ସହାୟକ ହୁଅନ୍ତୁ ଓ ରାଜ୍ୟବାସୀଙ୍କୁ  ସୁଖ ଶାନ୍ତି ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ ବୋଲି ଶ୍ରୀ ଜେନା ତାଙ୍କ ଶୁଭକାମନାରେ କହିଛନ୍ତି | 

0
0
0
s2sdefault