ହେଡଲାଇନସ୍:

ଦଳ ଭିତରେ ଶୀତଳ ଯୁଦ୍ଧ, କିଏ ହେବ ଛାମୁଙ୍କ ପ୍ରିୟ? 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 
ସଦିଛା, ସଦ୍ଭାବନା,ସହଭାଗିତା ଓ ସଂକଳ୍ପ ସ୍ଲୋଗାନରେ । ହେଲେ ବ୍ୟାନରରେ ସବୁନେତାଙ୍କ ଫୋଟୋ ଅଛି, କିନ୍ତୁ ଜିଲ୍ଲା ସଭାପତିଙ୍କ ଫୋଟୋ ନାହିଁ ।

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାରେ ଦିନକୁ ଦିନ ରାଜନୈତିକ ଦଳମାନଙ୍କ ଭିତରେ ଗୋଷ୍ଠୀକନ୍ଦଳ ବେଶ ଆକର୍ଷଣୀୟ ହୋଇ ଉଠିଛି। ପ୍ରତ୍ୟେକ ଦଳରେ ନିଜକୁ ନିଜେ ଏମଏଲଏ ଆଶାୟୀ ପ୍ରାର୍ଥୀ ଭାବରେ ଘୋଷଣା କରିବା ମୂଖ୍ୟତଃ ଦୁଇ ମୂଖ୍ୟ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ସ୍ପଷ୍ଟ ବାରି ହେଉଛି। ଗୋଟିଏ ଗୋଟିଏ ଦଳରେ ଏକରୁ ଅଧିକ ଘୋଷିତ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଅଘୋଷିତ ଭାବରେ ଡଜନେ ଲେଖାଏଁ ଆଶାୟୀ ବାହାରୁଛନ୍ତି। ଭିତିରିଆ ଭାବରେ ସମସ୍ତେ ପୁରା ଦମଖମରେ ଦଳୀୟ ଟିକଟ ପାଇବାକୁ ବ୍ୟଗ୍ର ଓ ସେ ପାଇଁ ଲବି କରିବା ଓ ନିଜସ୍ବ ପ୍ରଚାରରେ କୌଣସି ଉଣା କରୁନାହାଁନ୍ତି। ତେବେ କିଏ ଛାମୁଙ୍କ ପ୍ରିୟପାତ୍ର ହେବ ଓ କିଏ ମାନଗୃହକୁ ଯିବ, କିଏ ଖୁସି ହେବ ବା କିଏ ଅଭିମାନ କରିବ ତାହା ନେଇ ସାଧାରଣ ଜନତା ସନ୍ଦେହରେ। ପୂର୍ବଥର ଏମଏଲଏରେ ପ୍ରତିଦ୍ବନ୍ଦିତା କରି ହାରିଥିବା ପ୍ରାର୍ଥୀମାନେ ଏଥର ମଧ୍ୟ ଟିକେଟ ପାଇବାକୁ ଆଶା କରି ବସିଛନ୍ତି। ନିଜର ପ୍ରତିଦ୍ୱନ୍ଦୀ ଆଶାୟୀ ପ୍ରାର୍ଥୀମାନଙ୍କ ସହ ବହୁତ କମ ଗୋଟିଏ କାର୍ଯ୍ୟକ୍ରମରେ ସାମିଲ ହେବା ଦେଖିବାକୁ ମିଳୁଛି। କିଏ କେତେ ଅଲଗା କାର୍ଯ୍ୟକ୍ରମ କରି ଲୋକ ଭିଡ଼ ଜମାଇବ ଏବଂ ଦଳର ଛାମୁଙ୍କ ପାଖରେ ନିଜର ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବ, ସେ ନେଇ ଏକ ରୀତିମତ ପ୍ରତିଯୋଗିତା ଏହି ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ସ୍ପଷ୍ଟ ପରିଲକ୍ଷିତ ହେଉଛି। ଯଦି ଦଳୀୟ ଟିକେଟ ନ ମିଳେ, ତେବେ ନିଜ ସମର୍ଥକଙ୍କ ସହ ଦଳ ଛାଡ଼ି ଅନ୍ୟ ଦଳ ସହ ମୂଲଚାଲ କରିନେବେ,ଏଥିରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର ନୁହେଁ। କିନ୍ତୁ ଯେଉଁମାନେ ଦଳୀୟ ସ୍ବାର୍ଥକୁ ସର୍ବୋପରି କହି ଦମ୍ଭୋକ୍ତି ମାରନ୍ତି, ସେମାନଙ୍କ ଆଦର୍ଶର ମୂଲ୍ୟ କ'ଣ ବୋଲି ଲୋକେ ପ୍ରଶ୍ନ କରିବା ସ୍ବାଭାବିକ। 

ନବବର୍ଷର ଶୁଭେଚ୍ଛା ଜଣାଇ ଦଳୀୟ ଆଶାୟୀ ପ୍ରାର୍ଥୀମାନେ ପୋଷ୍ଟର ମାରିଛନ୍ତି। ପୋଷ୍ଟରରେ ସେହି ମାନଙ୍କ ଫଟୋ ଅଛି, ଯେଉଁମାନଙ୍କ ତରଫରୁ ଶୁଭେଚ୍ଛୁଙ୍କ ଟିକେଟ ପ୍ରତି ବିପଦ ନାହିଁ। ମାତ୍ର ପ୍ରତିଦ୍ୱନ୍ଦୀ ଆଶାୟୀ ପ୍ରାର୍ଥୀଙ୍କ ଫଟୋ ସବୁ ମୂଖ୍ୟ ପ୍ରାର୍ଥୀଙ୍କ ବ୍ୟାନରରୁ ଗାଏବ ଅଛି। ଲୋକଙ୍କ ଏହା ବେଶ ମନୋରଞ୍ଜନ ସୃଷ୍ଟି କରୁଛି, ଏଥିରେ ସନ୍ଦେହ ନାହିଁ।

0
0
0
s2sdefault