ଝାରସୁଗୁଡା /ସୁବାସ ସାହାରେ :ଜାନୁୟାରୀ ୧୨ ତାରିଖରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୋରକୁ ବିମାନ ଚଳାଚଳ ଆରମ୍ଭ ହେବ | ଫ୍ଲାଇ ସ୍ପାଇସଜେଟ୍ ପକ୍ଷରୁ ଏହି ବିମାନ ଚଳାଚଳ ହେବ | ଏ ବିଷୟରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ଓଡିଶା କ୍ୟାଡର ଆଇଏଏସ ଅଫିସର ଉଷା ପାଢ଼ୀ | ସେ ଏ ବିଷୟରେ ଟୁଇଟ କରି ଆଜି ସୂଚନା ଦେଇଛନ୍ତି | ଝାରସୁଗୁଡାରୁ ମୁମ୍ବାଇ ଏବଂ ବେଙ୍ଗାଲୁରୁରୁ ବିମାନ ଉଡ଼ାଣ କରିବା ଦ୍ୱାରା ପଶ୍ଚିମ ଓଡିଶାର ଅର୍ଥନୀତିର ଅଭିବୃଦ୍ଧିରେ ସହାୟକ ହେବ ଏବଂ ଏହି ଅଞ୍ଚଳର ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ ବୋଲି ଶ୍ରୀମତୀ ପାଢ଼ୀ ତାଙ୍କ ଟୁଇଟରେ ଆଶାବ୍ୟକ୍ତ କରିଛନ୍ତି |