ହେଡଲାଇନସ୍:

ରକ୍ତଦାନ କରି ନୂଆବର୍ଷ ପାଳନ କଲେ ଯୁବଗୋଷ୍ଠୀ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ଆଜି ଜାନୁଆରୀ ମାସ ପ୍ରଥମ ଦିନ । ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଆଜି ନବବର୍ଷ । ଇଂରାଜୀ ନବବର୍ଷ ସମଗ୍ର ବିଶ୍ବରେ ପାଲନ କରୁଛନ୍ତି। କରୋନା କଟକଣା ଯୋଗୁଁ ଏଥର ନବବର୍ଷ ପାଳନରେ କିଛି ଫିକା ପଡିଛି । କରୋନା କଟକଣାକୁ ଦୄଷ୍ଟିରେ ରଖି ପଦ୍ମପୁର ସହରର କିଛି ବନ୍ଧୁ ଆଜି ନିଆରା ଢ଼ଙ୍ଗରେ ଇଂରାଜୀ ନୂଆବର୍ଷ ପାଳନ କରିଛନ୍ତି । କରୋନା କଟକଣା ଯୋଗୁଁ ସାମୁହିକ ଭାବେ ନୂଆବର୍ଷ ପାଳନ ଉପରେ କଟକଣା ଥିବା କାରଣରୁ ରକ୍ତ ଦାନ କରି ନୂଆବର୍ଷ ପାଳନ କରିଛନ୍ତି । ପଦ୍ମପୁର ରକ୍ତ ଭଣ୍ଡାରରେ ପଦ୍ମପୁର ସିଡିଏମଓ ତହସିଲ ସାହୁଙ୍କ ଉପସ୍ଥିତିରେ ଆଜି ସସ୍ମିତା ନାୟକ, ପ୍ରଦୀପ ବାଗ,ଦେବାଶିଷ ଖମାରୀ,ଗୁଲସନ ବାଗ,ସାସ୍ବତ ଦାଶ ଓ ମନୋଜ ସାହୁ ରକ୍ତଦାନ କରିଥିଲେ । ଏହି ରକ୍ତ ଦାନ ସମୟରେ ରାକେଶ ରୋସନ ବାଗ,ନିରୋଜ ଦୋରା, ରାଜେଶ ନାୟକ,ସଂଗ୍ରାମ କେଶରୀ ମହନ୍ତ ଉପସ୍ଥିତ ଥିଲେ ।

0
0
0
s2sdefault