ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ପ୍ରତେକ ଦିନ ବ୍ଯାପକ ଭାବରେ ବେଆଇନ ଭାବରେ ଜୁଆ ଖେଲ ହେଉଥିବା ଦେଖିବାକୁ ମିଳୁଛି । ଏହି ଖେଳରେ ବେଶି ଯୁବ ଗୋଷ୍ଠୀ, ଗରିବପରିବାର ସାମିଲ ରହୁଥିବ ଯୋଗୁଁ ସହରେ ଚୋରି, ଡକାଇଟି ଓ ପରିବାରରେ କଳହ ଅଶାନ୍ତି ଲାଗି ରହୁଛି । ସହରର ନୂଆଁ ବସଷ୍ଟାଣ୍ଡ, ଡେଲି ମାର୍କେଟ, ମୁଖ୍ୟ ଛକ ତଥା ବିଭିନ୍ନ ପାନ ଦୋକାନ ଓ ତେଜରାତି ଦୋକାନ ମାନଙ୍କଠାରେ ଏହି ସଟା ଜୁଆ ଖେଲ ହେଉଥିବା ଅଭିଯୋଗ ହୁଏ । ଏହି ଫଟାଫଟ (ଜୁଆ ) ଖେଳରେ ଏକ ଟଙ୍କା ବିନିମୟରେ ଶହେ ଟଙ୍କା ମିଳୁଥିବାରୁ ବେଶୀ ଲୋକ ଆକୃଷ୍ଟ ହୋଇଥାନ୍ତି ଓ ଅଧିକାଂଶ ଲୋକ ଏହି ଖେଳରେ ହାରି ଧନସମ୍ପଦ ହରାଇ ସାରିଲେଣି । ଏନେଇ ପୋଲିସ କୁ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ଯ ଆଖି ଦୃଷ୍ଟିଆ ଚଢାଉ କରି ନିଜ କାମ ସାରିଦେଇଥାଏ । ଏହାର ସୁଯୋଗ ନେଇ ଜୁଆ ମାଫିଆ ସହରର ବିଭିନ୍ନ ସ୍ଥାନରେ ସୁରକ୍ଷ ଭାବରେ ଜୁଆ ଖେଲ ଆରମ୍ଭ କରିଥାଏ । ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହି ଜୁଆ ଖେଳକୁ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହୁଏ ।
ରାଜ୍ୟ
ବୀରମହାରାଜପୁର ଅଞ୍ଚଳରେ ବେଆଇନ ଜୁଆ ଖେଳ , ପୋଲିସ ପ୍ରଶାସନ ନିରବ ।
- Hits: 468