ହେଡଲାଇନସ୍:

“ବନ୍ଧୁ” ସାମାଜିକ ଅନୁଷ୍ଠାନର ବାର୍ଷିକ ସାଧାରଣ ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) :   ସାମାଜିକ ଅନୁଷ୍ଠାନ “ବନ୍ଧୁ” (ବୋନାଫାଏଡ୍ ଆସୋସିଏସନ ଫର ଡେଭଲେପମେଣ୍ଟ ଅଫ୍ ନେଚର , ହେଲ୍ଥ କେୟାର ଆଣ୍ଡ ଅଣ୍ଡର ପ୍ରିଭିଲେଜ୍ଡ) ର ବାର୍ଷିକ ସାଧାରଣ ବୈଠକ ରବିବାର ଦିନ ଭୁବନେଶ୍ୱର ଉପକଣ୍ଠ ରଙ୍ଗବଜାର ନିକଟସ୍ଥ ଅଲାରପୁର ମା’ ଜାଗୁଳାଇ ସରସ୍ୱତୀ ଶିଶୁ-ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ  ହୋଇଯାଇଛି । ସ୍ଥାନୀୟ ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ତଥା “ବନ୍ଧୁ” ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଂଚି ନାରାୟଣ ମଣ୍ଡଳଙ୍କ ଉପସ୍ଥିତିରେ ସର୍ବ ସମ୍ମତିକ୍ରମେ ଶ୍ରୀକାନ୍ତ ଦାଶଙ୍କୁ ସଭାପତି ଓ ଫଗୁ ସାମଲଙ୍କୁ ସାଧାରଣ ସଂପାଦକ ମନୋନୀତ କରାଯାଇଛି । ପ୍ରାରମ୍ଭରେ ଦେବୀ ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଦିବଙ୍ଗଦ ଗୁରୁଜୀ ଓ ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଅନୁଷ୍ଠାନର ସଭାପତି ଶ୍ରୀ ଦାଶ “ବନ୍ଧୁ” ସଂଗଠନର ସୃଷ୍ଟି, ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ  ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବୈଠକରେ ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ସଦସ୍ୟମଣ୍ଡଳୀ ଓ ଅନ୍ୟ କର୍ମକର୍ତ୍ତା ଚୟନ କରାଯାଇଥିଲା । ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୮୬ ମାର୍ଟିକ୍ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏହି ଅନୁଷ୍ଠାନ , ବିଦ୍ୟାଳୟର ଉନ୍ନତିରେ ସହଯୋଗ କରିବା ସହିତ ସ୍ଥାନୀୟ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଓ ଅନଗ୍ରସର ବର୍ଗର ବିକାଶ ପାଇଁ ଏହାର ପ୍ରୟାସ ଜାରି ରଖିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଏହି ଅନୁଷ୍ଠାନ  ଦ୍ୱାରା ଗତ ସ୍ୱାଧୀନତା ଦିବସ, ଗୁରୁ ଦିବସ, ଗାନ୍ଧୀ ଜୟନ୍ତୀ ଅବସରରେ ପରିବେଶର ଯତ୍ନ, ସୁରକ୍ଷା ଓ ବୃକ୍ଷରୋପଣ, କୋଭିଡ୍ -୧୯ ସମୟରେ ଦରିଦ୍ରମାନଙ୍କୁ ଖାଦ୍ୟ ଯୋଗାଣ ଭଳି କାର୍ଯ୍ୟକ୍ରମ କରାଯାଇଥିଲା । ଆଗାମୀ ଦିନରେ ଏହି ଭଳି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ନେଇ ବୈଠକରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । ବୈଠକରେ ବନ୍ଧୁ ଅନୁଷ୍ଠାନର ୪୦ରୁ ଉର୍ଧ୍ଵ  ସଦସ୍ୟ ଓ ସଦସ୍ୟା ଯୋଗଦେଇଥିଲେ । 

0
0
0
s2sdefault