ହେଡଲାଇନସ୍:

ପୁଣି ଏକ ନାବାଳିକାର ବିବାହ ରୋକିଲା ଚାଇଲ୍ଡଲାଇନ। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚଳିତ ବର୍ଷ ୧୬ଟି ନାବାଳିକାଙ୍କୁ ବିବାହ ରୋକିବାରେ ସମର୍ଥ ହେଲେ ଚାଇଲ୍ଡଲାଇନ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ନାବାଳିକାଙ୍କୁ ବିବାହ ନ କରାଇବାକୁ ଯେତେ ସଚେତନତା କାର୍ଯ୍ୟକ୍ରମ କଲେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ଆସିବା ସମ୍ଭବ ହେଉନାହିଁ। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଏହି ଅଭିଶାପର ଶୀକାର ହେଉଛନ୍ତି ନାବାଳିକା। ୨୦୨୦ ମସିହାରେ ଝାରସୁଗୁଡ଼ା ଚାଇଲ୍ଡଲାଇନ ଏପର୍ଯ୍ୟନ୍ତ ୧୬ଟି ନାବାଳିକା ବିବାହକୁ ରୋକିବାରେ ସକ୍ଷମ ହୋଇଛନ୍ତି। ମାତ୍ର ଏପରି କେତେ ଯେ ବିବାହ ପ୍ରଶାସନର ଅଜାଣତରେ ହୋଇଯାଉଛି ତାର ଠିକଣା ନାହିଁ। 

ଆଜି ଏହିପରି ଏକ ନାବାଳିକାର ବିବାହକୁ ରୋକିବାରେ ସକ୍ଷମ ହୋଇଛନ୍ତି ଚାଇଲ୍ଡଲାଇନ, ବ୍ରଜରାଜନଗର ପୋଲିସ ଓ ସିଡିପିଓ। ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ହେବାକୁ ଥିବା ଏହି ବାହାଘର ବିଷୟରେ ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡାଙ୍କ ପାଖକୁ ରାତ୍ରି ୧୨ଟାରେ।ସକାଳୁ ଶ୍ରୀ ପଣ୍ଡା,ସଂସ୍ଥାର ଅନ୍ୟ କାର୍ଯ୍ୟକର୍ତ୍ତା ରାଧେଶ୍ୟାମ ନାଏକ ଓ ଜ୍ୟୋତ୍ସ୍ନା ପ୍ରଧାନ ତଥା ସିଡିପିଓ ପୂଣ୍ୟମାସୀ ସାହୁ ଓ ଗାନ୍ଧୀଛକ  ଫାଣ୍ଡିର ପୋଲିସଙ୍କ ସହ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଲଖନପୁରର ସାଗରପାଲିରୁ ବରଯାତ୍ରୀ ପହଞ୍ଚି ସାରିଥିଲେ। ବରର ବୟସ ୨୬ ବର୍ଷ ହୋଇଥିବା ବେଳେ ଝିଅର ଅନିଚ୍ଛା ସତ୍ତ୍ୱେ ଏହି ବିବାହ କରାଯାଉଥିଲା। ନାବାଳିକାର ବାପାମାଆଙ୍କୁ ବୁଝାଇ ଏହି ବିବାହକୁ ବନ୍ଦ କରାଯାଇଥିଲା ଏବଂ ଝିଅକୁ ଶିଶୁ ମଙ୍ଗଳ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥିତ କରାଯାଇଥିଲା।

 

0
0
0
s2sdefault