ହେଡଲାଇନସ୍:

ଲାଡ଼ରେ ମଶାରୀ ବଣ୍ଟନରେ ଅନମିୟତା ଅଭିଯୋଗ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମପଞ୍ଚାୟତ ଲାଡ଼ ଅଙ୍ଗନବାଡି କେନ୍ଦ୍ର-୧ ଠାରେ ଚାଲିଥିବା ମଶାରୀ ବଣ୍ଟନରେ ଅନମିୟତା ହେଉଥିବା ଗ୍ରାମବାସୀଙ୍କ ଅଭିଯୋଗ ହୋଇଛି l ଏ ଏନ ଏମ୍ କର୍ମୀ ସଂଯୁକ୍ତା ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆଜି କେନ୍ଦ୍ର-୧ ଠାରେ ମଶାରୀ ବଣ୍ଟନ ବେଳେ ଅନମିୟତା ହେଉଥିବା ଓ ଠିକ ଭାବେ ସର୍ଭେ ନ କରି ମଶାରୀ ବଣ୍ଟନ କରାଯାଉଥିବା ଗ୍ରାମର ବିଜୟ ମାଝୀ, ସୋବନାଥ କେଛୁ, ନିତ୍ୟାନନ୍ଦ ବାଘ, ବିଷ ରଣା, ଅଁଳା ନାଏକ, ବନମାଳୀ କେଛୁ, ଠାଠୁ ରଣା, କହ୍ନା ରାଉତ, ଓ ଅନେକ ପରିବାର ଅଭିଯୋଗ କରିଛନ୍ତି l ଅଭିଯୋଗ କ୍ରମେ ପୂର୍ବ ବର୍ଷ ମଶାରୀ ବଣ୍ଟନ ବେଳେ ପରିବାର ଲୋକଙ୍କୁ ଯେତିକି ମଶାରୀ  ଦେବାକଥା ସେତିକି ଦିଆଯାଇନଥିଲା l ମଶାରୀ ଆସିଲେ ପୁଣି ଥରେ ଦିଆଯିବ ବୋଲି ପରିବାର ଲୋକଙ୍କୁ କୁହାଯାଇଥିଲା l କିନ୍ତୁ ତାହା ମଧ୍ୟ ଏପର୍ଯନ୍ତ ଦିଆଯାଇ ନ ଥିବା ଗ୍ରାମ ବାସୀ କହିଛନ୍ତି l 

ଗ୍ରାମର ବିଜୟ ମାଝୀଙ୍କ ପରିବାରରେ ୫ଜଣ ଅଛନ୍ତି l ସ୍ୱାମୀ, ସ୍ତ୍ରୀ,ବଡ଼ପୁଅ,ଝିଅ,ସାନପୁଅ ଅଛନ୍ତି l ତାଙ୍କୁ ୨ଟି  ମଶାରୀ ମିଳିବାର ପରିବାର ସୂଚନା ପତ୍ରରେ ଲେଖାଯାଇଛି l ସେମିତି ସୋମନାଥ କେଛୁଙ୍କ ପରିବାରରେ ୬ଜଣ ଅଛନ୍ତି l ସ୍ୱାମୀ,ସ୍ତ୍ରୀ, ବଡଝିଅ, ପୁଅ,ବୋହୁ ଓ ନାତୁଣୀ ଅଛନ୍ତି l ତାଙ୍କୁ ମଧ୍ୟ ୨ଟି ମଶାରୀ ଦେବାକୁ ପରିବାର ସୂଚନା ପତ୍ରରେ ଲେଖା ହୋଇଥିବା ଓ ଅନ୍ୟ ପରିବାରଙ୍କ ସୂଚନା ପତ୍ରରେ ସେମିତି ଲେଖା ହୋଇଥିବା ଦେଖିବାକୁ ମିଳିଛି l ଏ ବିଷୟରେ କୁନ୍ତରା ଏ ଏନ ଏମ୍ କର୍ମୀ ସଂଯୁକ୍ତା ପଣ୍ଡା ଓ ଆଶା କର୍ମୀଙ୍କୁ ପଚାରିବାରୁ ମଶାରୀ ସେତିକି ଆସିନାହିଁ, ଆସିଲେ ଦିଆଯିବ ବୋଲି କହିଥିଲେ l ଠିକ ଭାବେ ସର୍ଭେ କରି ପରିବାର ଲୋକଙ୍କୁ ମଶାରୀ ବଣ୍ଟନ କରିବାକୁ ଗ୍ରାମବାସୀଙ୍କ ଦାବୀ ହେଉଛି l

0
0
0
s2sdefault