ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ବ୍ଳକ ବାହାଡ଼ାପଦର ହାଇସ୍କୁଲ ପଡିଆ ଠାରେ ଗତକାଲି ଆରମ୍ଭ ହୋଇଥିବା ଚକରା ବିଷୋୟୀ କ୍ରିକେଟ ଟୁର୍ଣ୍ଣାମେଂଟ ରବିବାର ଉଦଯାପିତ ହୋଇଯାଇଛି। ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟରେ ରାତ୍ରି ଓ ଦିନରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଟୁର୍ଣ୍ଣାମେଂଟରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ଘୁମୁସର ନୂଆଗାଁ ଓ କୁଲାଡ଼ ଦଳ ଫାଇନାଲରେ ପ୍ରବେଶ କରିଥିଲେ। ଟସଜିତି ପ୍ରଥମେ ନୂଆଗାଁ ବ୍ୟାଟିଂ କରି ୧୦୬ରନ କରିଥିବା ବେଳେ କୁଲାଡ଼ ଟିମ ମାତ୍ର ୮୦ ରନ କରିବାରେ ସକ୍ଷମ ହୋଇଥିଲା। ଫଳରେ ନୂଆଗାଁ ଦଳ ୨୬ରନ ରେ ବିଜୟ ଲାଭ କରିଥିଲା। ସାନକୋଦଣ୍ଡା ସରପଞ୍ଚ ପ୍ରତିନିଧି ଭଞ୍ଜ ପ୍ରଧାନ,ସମିତି ସଭ୍ୟ ସୈଳବାଳା ବିଷୋୟୀ, ବାହାଡାପଦର ହାଇସ୍କୁଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା, ବରିଷ୍ଠ କିରାଣୀ ଶରତ ଚନ୍ଦ୍ର ରଥ,ଘୁମୁସର ସମ୍ପାଦ ସମ୍ପାଦକ ନେତାଜୀ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ମ୍ୟାଚ କୁ ଉଦ୍ଘାଟନ କରିବା ସହ ଫାଇନାଲ୍ ମ୍ୟାଚରେ ବିଜୟ ଦଳକୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଂଟକୁ ବାହାଡାପଦର କ୍ରିକେଟ କ୍ଲବ ପରିଚାଳନା କରିଥିଲା। ଟୁର୍ଣ୍ଣାମେଂଟ ରେ ଅମ୍ପାୟାର ଦାୟିତ୍ୱରେ କାହ୍ନୁ ଗୌଡ଼ ଓ ସାଇରାଜ ରଥ ଥିବା ବେଳେ ପରିଚାଳନା ଦାୟିତ୍ୱରେ ଝଙ୍କାର ନାଥ ଜେନା ଏବଂ ସହଯୋଗ କରିଥିଲେ ଦେବାଶିଷ ସ୍ୱାଇଁ,ସୁନିଲ ବିଷୋୟୀ, ଶାନ୍ତନୁ ଭୂୟାଁ,ସୁବ୍ରତ ଭୂୟାଁ,ବଳରାମ ସାମଲ,ପ୍ରଦୀପ କୁମାର ଜେନା,ଶଙ୍କର, ଭିକି,ଶିବ,ଶିବୁ । ପ୍ରକାଶ ଯେ ପ୍ରତିବର୍ଷ ବାହାଡ଼ାପଦର ଚକରା ବିଷୋୟୀ କ୍ରିକେଟ କ୍ଲବ ଏହିପରି ଭାବେ ଟୁର୍ଣ୍ଣାମେଂଟ ଆୟୋଜନ କରିଆସୁଛି। ଚଳିତ ବର୍ଷ ଏହା ୬ତମ ସଂଶକରଣ ହୋଇଥିବା ଜଣାପଡିଛି
ରାଜ୍ୟ
ବାହାଡ଼ାପଦର ଚକରା ବିଷୋୟୀ ସାର୍କିଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ; ଘୁମୁସର ନୂଆଗାଁ ଟ୍ରଫି ବିଜୟୀ
- Hits: 284







