ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) : ଆଜି ସଂଧ୍ୟା ୭ଟାରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ପୋଲିସ୍ ବଡବାହାଳ ଛକଠାରୁ ବୌଦ୍ଧରୁ ଆସୁଥିବା ଏକ ବାଇକରୁ ୧୩ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି।
ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଆଜି ସଂଧ୍ୟାରେ ରେଢାଖୋଲ ପୋଲିସ୍ ବଡ ବାହାଳ ଛକ ଠାର୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବୌଦ୍ଧ ପଟୁ ଆସୁଥିବା ଏକ ମୋଟର ସାଇକେଲରୁ ୨ ଟି ଏୟାର ବ୍ୟାଗ୍ ରୁ ୧୩ କେଜି ଗଞ୍ଜେଇ ଜବତ କରିଥିଲା। ମୋଟର ସାଇକେଲରେ ଗଞ୍ଜେଇ ଚାଲାଣ କରୁଥିବା ଚୋରା ବେପାରୀ ଜଣକ ହେଲେ ବିହାର ସୋନୁ କୁମାର ବୋଲି ଜଣା ପଡିଛି।
ରେଢାଖୋଲ ଥାନା କେସ୍ ନଂ ୨୨୯/୨୦୨୦(ବି)(ଆଇଆଇ)(ବି)ଏନ୍ଡିପିଏସ୍ ଆକ୍ଟ ରେ ବିହାର ଫାଙ୍କା ଜିଲ୍ଲାର ସୋନୁ କୁମାରକୁ ପୋଲିସ୍ ଗିରଫ କରିଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ଗଣ ମାଧ୍ୟମକୁ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ରେଢାଖୋଲ ଥାନାଧିକାରୀ ପ୍ରକାଶ କରିଛନ୍ତି ।







