ହେଡଲାଇନସ୍:

ପଥରଚେପା ଠାରେ ବ୍ଲକସ୍ତରୀୟ ଯାଦବ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର(ନିରୋଜ ମିଶ୍ର) :  ବଲାଙ୍ଗିର ପଥରଚେପା ଠାରେ ଅନୁଷ୍ଠିତ ହୋଇଯାଇଥିବା ବ୍ଲକସ୍ତରୀୟ ଯାଦବ ସମ୍ମିଳନୀ ମୁଖ୍ୟ ଅତିଥି ଜିଲ୍ଲା ଯାଦବ ସମାଜ ସଭାପତି ପରମାନନ୍ଦ ହାତୀଙ୍କ ସହ ମଞ୍ଚାସୀନ ଅତିଥି ଜିଲ୍ଲା ସହ-ସଂପାଦକ ମନୋଜ ହାତୀ, ଜିଲ୍ଲା ଯୁବ ଯାଦବ ସଭାପତି ଦିଲିପ ରାଜପଳିଆ, ପୌରାଞ୍ଚଳ ସଂପାଦକ ଅରକ୍ଷିତ ଜୁଏଡ୍‌, ଦିନେଶ ନାଗ ଉପସ୍ଥିତ ଥିଲେ । ବଲାଙ୍ଗିର ଜିଲ୍ଲାର ଯାଦବ ସମାଜ ସମାଜ କ୍ଷେତ୍ରରେ କାମ କରିଥିବା ବିନୋଦ କାଲସାଏ, ସନ୍ଦିପ ବାଗ, ପ୍ରଶାନ୍ତ ମହାକୁର, ଜୟଦେବ ଜାଲଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ତତ୍‌ ସଙ୍ଗେ ବ୍ଲକ ସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ କରାଯାଇଥିଲା । ବ୍ଲକ ସଭାପତି ଭାବେ ଗୁଲାପ ବାଗ, ସଂପାଦକ ଭାବେ ଚିତ୍ରସେନ ବଗର୍ତ୍ତି, ଯୁବ ଯାଦବ ସଭାପତି ଡୋଳାମଣି ବାଗ ଓ ଏଥିରେ ୨୫ଟି ପଂଚାୟତ ମଧ୍ୟରୁ ୨୦ଟି ପଂଚାୟତର ସଭାପତି ଓ ସଂପାଦକ ଉପସ୍ଥିତ ଥିଲେ ।

 

0
0
0
s2sdefault