ହେଡଲାଇନସ୍:

ଅଘରିଆ ସମାଜର ବାର୍ଷିକ ସମ୍ମିଳନୀ ପାଳିତ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼:( ସୁଭାଷ ସହାରେ) :ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ପ୍ରଦେଶ ଦ୍ବାରା ଝାରସୁଗୁଡ଼ାର ଦେବାଡିହି ଆଇଟିସିଠାରେ ବାର୍ଷିକ ସମ୍ମିଳନୀ ପାଳିତ ହୋଇଯାଇଛି। ଏହି ସଭାରେ ଅଘରିଆ ସମାଜର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ସହ ଆସନ୍ତା ବର୍ଷ ଏହାର ଶତବାର୍ଷିକୀ ପାଳନ ନିମନ୍ତେ ପ୍ରସ୍ତୁତି ନିମନ୍ତେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିଥିଲା। 

ଅଘରିଆ ସମାଜର ଏହି ବୈଠକରେ ସମାଜର ସଂସାର ସଂଗଠନ, ଅଘରିଆ ସମାଜକୁ ଓବିସି ସଂରକ୍ଷଣ, ଚାଷ ସମସ୍ୟା ତଥା ସମାଜର ସର୍ବାଙ୍ଗୀନ ଉନ୍ନତି ଉପରେ ଆଲୋଚନା କରାଯାଇଥିଲା।ଏହା ବ୍ୟତୀତ ଆଗାମୀ ମହାସମ୍ମିଳନୀ ବଲାଙ୍ଗୀର ଅଞ୍ଚଳରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାବ୍ୟତୀତ ଆସନ୍ତା ବର୍ଷ ଅଘରିଆ ସମାଜର ବାର୍ଷିକ ସମ୍ମିଳନୀ ଆରମ୍ଭ ହେବାର ଶହେ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବାରୁ ଏହାକୁ ସୁନ୍ଦରଗଡ଼,ଝାରସୁଗୁଡ଼ା ଓ ବାମଣ୍ଡା ଅଞ୍ଚଳରେ ମଧ୍ୟ ମହାସମାରୋହରେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। 

ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଆଞ୍ଚଳିକ କମିଟିର ଜଗବନ୍ଧୁ ନାଏକ, ଜଗବନ୍ଧୁ ପଟେଲ, ପୂର୍ଣ୍ଣଚନ୍ଦ୍ର ପଟେଲ, ଦିଗାମ୍ବର ନାଏକ,ପ୍ରଦୀପ୍ତ କୁମାର ନାଏକ ପ୍ରମୁଖ ଯୋଗଦାନ କରିଥିଲେ। ଏହାବ୍ୟତୀତ ଦେବାଡିହି ଗ୍ରାମର ଦେବବ୍ରତ ପାଣ୍ଡେ, ବିଶାଳ ପାଣ୍ଡେ,ଶାସ୍ବତ ନାଏକ, ସୌରଭ ନାଏକ,ଭାଲେଶ୍ବର ପଟେଲ, ଗୌତମ ପାଣ୍ଡେ ପ୍ରମୁଖ ସହଯୋଗ କରିଥିଲେ ବୋଲି ସମାଜର ସଭାପତି ନରେଶ କୁମାର ନାଏକ ସୂଚନା ଦେଇଛନ୍ତି।

0
0
0
s2sdefault