ହେଡଲାଇନସ୍:

ନିରାଡ଼ମ୍ବର ଭାବେ ଓ କୋଭିଡ ନିୟମାବଳୀ ରକ୍ଷାକରି ପାଳିତ ହେଲା ଏ ବର୍ଷର ବଡ଼ଦିନ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଚଳିତ ବର୍ଷ ଦେଖିବାକୁ ମିଳି ନାହିଁ ବଡ଼ଦିନର ଧୂମଧାମ୍। ଅନ୍ୟ ସମସ୍ତ ପର୍ବପର୍ବାଣୀ ଭଳି ଏହି ପର୍ବ ପାଳନରେ ମଧ୍ୟ ବାଧା ଉପୁଜିଲା କୋରୋନା ମହାମାରୀ। ଝାରସୁଗୁଡ଼ାର ବିଭିନ୍ନ ଚର୍ଚ୍ଚରେ ମଧ୍ୟ କୋଭିଡ ନିୟମାବଳୀ ପାଳନପୂର୍ବକ ଏଥରର ବଡ଼ଦିନ ପର୍ବ ଅତ୍ୟନ୍ତ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି। 

ସୂଚନା ମୁତାବକ, ଝାରସୁଗୁଡ଼ାସ୍ଥିତ ସେଣ୍ଟ ଡେଭିଡ ସିଏନଆଇ ଗିର୍ଜାଘରରେ ଗତକାଲି ବଡ଼ଦିନ ପର୍ବ ଉପଲକ୍ଷେ ପ୍ରଶାସନର ଅନୁମତିରେ କେବଳ କିଛି ବ୍ୟକ୍ତିଙ୍କ ଉପସ୍ଥିତିରେ ଜମା ହୋଇଥିଲେ। ଏହି ସମୟରେ ସମସ୍ତେ କୋଭିଡ ନିୟମାବଳୀକୁ ପାଳନ କରାଯାଇଥିଲା। ସମସ୍ତ ଉପାସନାକାରୀ ମାସ୍କ ପିନ୍ଧି, ଦୂରତା ରକ୍ଷା କରି ଉପାସନା କରିଥିଲେ। ଧର୍ମଯାଜକ ଅଭିନାଦବ ନାଗ ଏହି ଅବସରରେ ଯୀଶୁଖ୍ରୀଷ୍ଟ ଧରାପୃଷ୍ଠରେ ଜନ୍ମଗ୍ରହଣ କରି କିପରି ଲୋକ କଲ୍ୟାଣ ପାଇଁ ନିଜ ପ୍ରାଣବଳୀ ଦେଇଥିଲେ, ସେ ସଂପର୍କରେ ବୁଝାଇଥିଲେ। ଏହି ଉପାସନା କାର୍ଯ୍ୟକ୍ରମକୁ ସମ୍ପାଦକ ଭକ୍ତଚରଣ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷା ଜ୍ୟୋତିର୍ମୟୀ ସୋନା ପରିଚାଳନ କରିଥିଲେ। କାର୍ଯ୍ୟକ୍ରମକୁ ସମ୍ପାଦନା କରିବାରେ ରୁବି କଚ୍ଛପ, ନିମୁଏଲ ସୋନା, ଗୋବର୍ଦ୍ଧନ ମହାନନ୍ଦ,ଅର୍ପଣ ପ୍ରଧାନ, ସାମୁଏଲ ସୋନା ପ୍ରଭୃତି ସହଯୋଗ କରିଥିଲେ।

0
0
0
s2sdefault