ହେଡଲାଇନସ୍:

ଚାଷୀଙ୍କୁ ଲଗାମ, ହେଲେ ଦଲାଲଙ୍କୁ ଛାଡ଼। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଦଶ ଏକରରୁ ଅଧିକ ଜମିକୁ ସମବାୟ ସମିତିରେ ପଞ୍ଜିକୃତ କରିଛନ୍ତି କି?  ଯଦି କରିଛନ୍ତି, ତେବେ ଚାଷୀମାନେ ସାବଧାନ ହୋଇ ଯାଆନ୍ତୁ। କାରଣ ଦର୍ଶାଇଥିବା ଅଧିକ ପରିମାଣର ଜମିରେ ଆପଣ ଚାଷ କରିଛନ୍ତି କି ନାହିଁ, ତାହା ଦେଖିବାକୁ ପହଞ୍ଚିଯିବେ ସରକାରୀ ତଦନ୍ତ ଦଳ। 

ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ତହସିଲର  ଗୋବିନ୍ଦପୁର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ଜାମଗାଁର ଜନୈକ ଚାଷୀ ହିମାଂଶୁ ଭୂଷଣ ପ୍ରଧାନଙ୍କ ଜମିକୁ ତଦନ୍ତ କରିବାକୁ ଯାଇଛନ୍ତି ଏକ ଉଚ୍ଚସ୍ତରୀୟ କମିଟି। ହିମାଂଶୁ ସମବାୟ ସମିତିରେ ନିଜ ଚାଷଜମିର ପରିମାଣ  ୨୫ ଏକଡ଼ ୧୨ ଡିସିମିଲ ବୋଲି ଦର୍ଶାଇଥିଲେ। ଦଶ ଏକରରୁ ଅଧିକ ଥିବା ଜମିରେ ପ୍ରକୃତରେ ଚାଷ କରାଯାଇଛି କି ନାହିଁ, ତାହା ଜାଣିବାକୁ ଏହି ତଦନ୍ତ କରାଯାଉଛି ବୋଲି ଜିଲ୍ଲା ଦାୟିତ୍ବରେ ଥିବା ଯୋଗାଣ ଅଧିକାରୀ ରଘୁନାଥ ପାତ୍ର ସୂଚନା ଦେଇଛନ୍ତି ।

ତେବେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବଳରେ ଯଦି ଅଦାନୀ ଓ ଅମ୍ବାନୀଙ୍କୁ ଅପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟଶସ୍ୟ ଜମା ରଖିବାକୁ ସୁଯୋଗ ମିଳୁଛି, ତେବେ ଏହି ଆଇନର ଏପରି ପରିଣାମ ମଧ୍ୟ ସୁନିଶ୍ଚିତ ବୋଲି ଲୋକେ ଆଲୋଚନା କରୁଛନ୍ତି।

0
0
0
s2sdefault