ହେଡଲାଇନସ୍:

"ମୁଁ ଚାଷୀଙ୍କ ଆନ୍ଦୋଳନ ସମର୍ଥନରେ ବଳିଦାନ ଦେଉଛି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଷ ଖାଇ ଆତ୍ମହତ୍ୟା କଲେ ଓକିଲ

ଦିଲ୍ଲୀ / ତିକ୍ରି: ଚାଷୀ ଆନ୍ଦୋଳନ ସ୍ଥଳ ନିକଟରେ ପୁଣି ଜଣେ କଲେ ଆତ୍ମହତ୍ୟା । ଏଥର ଜଣେ ଓକିଲ ବିଷ ଖାଇ କରି ଛନ୍ତି ଆତ୍ମହତ୍ୟା । ଫଜିଲକା ଜଲାଳାବାଡ଼ ଅଂଚଳର ଏହି ଓକିଲଙ୍କ ନାଁ ଅମରଜିତ ସିଂ ।  ଦୁଇ ସପ୍ତାହ ମଧ୍ୟରେ ଏହା ତୃତୀୟ ଘଟଣା । ଚାଷୀଙ୍କ ବିକ୍ଷୋଭକୁ ସମର୍ଥନ କରି ସେ ବଳିଦାନ ଦେଉଛନ୍ତି ବୋଲି ସେ ଛାଡିଥିବା ଏକ ସୁଇସାଇଡାଲ ନୋଟରେ ଉଲ୍ଲେଖ କରିଛନ୍ତି । ତାଙ୍କ ନିକଟରୁ ମିଳିଥିବା ସୁଇସାଇଡାଲ ନୋଟଟି " ଲେଟର ଟୁ ମୋଦି ଦି ଡିକରେଟର" ବୋଲି ସମ୍ବୋଧିତ ହୋଇଛି । ଚିଠିଟି ଟାଇପ ହୋଇଥିବା ବେଳେ ସେଥିରେ ସମ୍ପୃକ୍ତ ଓକିଲଙ୍କ ଦସ୍ତଖତ ରହିଛି ଓ 18 ତାରିଖରୁ ସେ ଚିଠି ଲେଖା ହୋଇଥିବା ଦେଖିବାକୁ ମିଳିଛି ।

ଅମରଜିତଙ୍କ ଠାରୁ ମିକିଥିବା ସେ ଚିଠିରେ ଲେଖା ହୋଇଛି " ଭାରତର ଜନସାଧାରଣ ଆପଣଙ୍କୁ ସେମାନଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ନିରଂକୁଶ କ୍ଷମତା ଦେଇଛନ୍ତି । ହେଲେ ଗଭୀର ଦୁଃଖର ବିଷୟ ଯେ ଆପଣ ଆଦାନୀ ଓ ଆମ୍ବାନୀଙ୍କ ଭଳି ସ୍ୱତନ୍ତ୍ର ବ୍ୟକ୍ତିଙ୍କର ପ୍ରଧାନ ମନ୍ତ୍ରୀ ହୋଯାଇଛନ୍ତି ଆପଣ । ସାଧାରଣ ଲୋକ ଓ କୃଷକ ଆପଣଙ୍କ ତିନୋଟି କୃଷି ବିଲ ଦ୍ୱାରା ବିଶ୍ୱାସଘାତ ହୋଇଥିବା ଅନୁଭବ କରିଛନ୍ତି । ଏହାଦ୍ୱାରା ସେମାନଙ୍କ ଜୀବନ ଦୁର୍ବିସହ ହେବା ନିଶ୍ଚିତ ।" 

ପଢନ୍ତୁ, ଚିଠିରେ ଆଉ କଣ ଲେଖାଯାଇଛି ।

 

 

0
0
0
s2sdefault