ମାହାଙ୍ଗା : ଓଡିଶାବାସୀଙ୍କୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଓ ନିର୍ମଳ ଶାସନ ପ୍ରଦାନ ସହ ରାଜ୍ୟର ବିକାଶ ଏକମାତ୍ର ବ୍ରତ ଭାବେ ଗ୍ରହଣ ରାଜ୍ୟ ଶାସନର ଶାସନଡୋର ସମ୍ଭାଳିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଦୁଇ ଦଶନ୍ଧିରୁ ଉର୍ଧ୍ଵ ସମୟ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତାଦଳ ସରକାର ରାଜ୍ୟରେ ସୁଶାସନ ପ୍ରତିଷ୍ଠା କରିବା ସହ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ ଅବ୍ୟାହତ ରଖିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ଓ ନିର୍ଦ୍ଦେଶରେ ରାଜ୍ୟରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା ବେଳେ ଓଡିଶାବାସୀଙ୍କ ସାମଗ୍ରିକ ବିକାଶ ବିଜେଡ଼ିର ଏକମାତ୍ର ପ୍ରାଥମିକତା ବୋଲି ପଞ୍ଚାୟତରାଜ, ନଗର ଉନ୍ନୟନ, ପାନୀୟ ଜଳ ଯୋଗାଣ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମତବ୍ୟକ୍ତ କରିଛନ୍ତି ।
ମାହାଙ୍ଗା ବ୍ଲକର କୁଆଁପାଳଠାରେ ବ୍ଲକ ବିଜେଡ଼ି ସଭାପତି ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାହାଙ୍ଗା ନିର୍ବାଚନ ମଣ୍ଡଳସ୍ତରୀୟ ବିଜେଡ଼ିର ୨୪ତମ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ , ବିଜେଡ଼ି ଶାସନ ସମୟରେ ଓଡ଼ିଶା ସମେତ ମାହାଙ୍ଗାର ବିକାଶକୁ ଯଥେଷ୍ଟ ଗୁରୁତ୍ୱ ଦିଆାଇଛି । ମାହାଙ୍ଗାରେ ରାସ୍ତାଘାଟର ଅନେକ ସମସ୍ୟା ଦୂର ହୋଇଛି । ଏବେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ, ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବ୍ଳକରେ ଦୁଇଟି ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ପଦକ୍ଷେପ ନିଆଯିବା ସହ ବହୁ ପ୍ରକଳ୍ପ କାର୍ଯ୍ୟ କରୁଛି | ଆଗାମୀ ଦିନରେ ଏହି ବିକାଶ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୂଚନା ଦେଇଥିଲେ।
ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ, ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା, ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ମାହାଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ରସିଦା ବେଗମ, ପୂର୍ବତନ ଅଧ୍ୟକ୍ଷ ଭିକାରି ଚରଣ ସ୍ୱାଇଁ, ଗିରିଶ ମହାପାତ୍ର, କିଶୋର ସିଂ, ଯୁବନେତା ଅଶୋକ ଓଝା, ଜିଲ୍ଲା ପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସଭ୍ୟା ମୋନାଲିସା ଦାଶ, ଅନ୍ନପୁର୍ଣ୍ଣା ବେହେରା, ସବିତା ସାମଲ, ଗୀତାଞ୍ଜଳି ପଣ୍ଡା, ଜ୍ୟୋତି ସ୍ୱାଇଁ, ବ୍ଲକ ବିଜେଡ଼ି ଉପସଭାନେତ୍ରୀ ନର୍ମଦା ନାୟକ, ସରପଞ୍ଚ ବିଜୟ ରାଉତ, ସମିତି ସଭ୍ୟା ଚାରୁଲତା ନିହାଣ, ଦେବେନ୍ଦ୍ର ସାହୁ, ବ୍ଲକ ଅନ୍ତର୍ଗତ ୪ଟି ଜୋନର ବିଜେଡ଼ି ସଭାତି ନିରଞ୍ଜନ ବିଶ୍ୱାଳ, ଦୀନବନ୍ଧୁ ସାହୁ, ନିରଞ୍ଜନ ପ୍ରଧାନ, କମଳାକାନ୍ତ ଦାସ, ଗୌତମ ଶରଣ, ସରପଞ୍ଚ ଲଳିତ ମୋହନ ମହାାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରେଶ୍ୱର ସରଞ୍ଚଙ୍କ ପ୍ରତିନିଧି ବନବିହାରୀ ସ୍ୱାଇଁ, ଯୁବନେତା ମୃତ୍ୟୁଞ୍ଜୟ ବରାଳ, ଯୁବ ସଂଗଠକ ଆଲୋକ ବାରିକ, ଦେବେନ୍ଦ୍ର ମହାନ୍ତି, ଭାନୁଆ ସାମଲ, ନିରଞ୍ଜନ ନାୟକ, ରାମଚନ୍ଦ୍ର ବାରିକ, ସମାଜସେବୀ ରଜନୀକାନ୍ତ ରିଡ଼ା, ସଚିନ୍ଦ୍ର ସାହୁ, ଉମେଶ ସାହୁ, ଯୁବନେତା ଦୀପକ ଦାସ, ଜଗନ୍ନାଥ ନାୟକ, ଅଜୟ ବିହାରୀ, କିଶୋର ଦାସ, ହେମନ୍ତ କୁମାର ପ୍ରଧାନ, ସୁବାସ ବେହେରା, ହୀତେଶ ରାଉତ, ଆଲୋକ ସେଠୀ, ସମ୍ବିତ ମହାନ୍ତି, ଯୁବନେତା ମନୋଜ କୁମାର ସାହୁ, ଭାଗ୍ୟଧର ରଣା, ଅଭୟ ବିଶ୍ୱାଳ, ଗଣେଶ ବିହାରୀ, ହୃଷିକେଶ ବଳାଇ, କିଶୋର ରାଉତ, ଜିତାଂଶୁ ଶେଖର ପରିଡ଼ା, ଯୁବ ସଂଗଠକ ଶେଖ୍ କାଲା ବାବୁ, ଜ୍ଞାନେନ୍ଦ୍ର ତ୍ରିପାଠୀ ସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ । ସଭା ଶେଷରେ ମାହାଙ୍ଗା ବ୍ଳକ ବିଜେଡ଼ି ସଭାପତି ଶରତ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ।