ହେଡଲାଇନସ୍:

ଉଲୁଣ୍ଡାରେ ବିଜେଡି ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର  ବିଧାୟକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବାସଭବନ  (ଉଲୁଣ୍ଡା ବ୍ଲକ ପୁଢ ଟିକ୍ରା ) ରେ "ଓଡିଶା ମୋ ପରିବାର " ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ମନ୍ତ୍ରୀ ପଦ୍ମନାଭ ବେହେରା ଉଦ୍ଘାଟନ କରିଥିଲେ । ଏଥିରେ ସର୍ବମୋଟ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ସୋନପୁର ରକ୍ତ ଭଣ୍ଡାରର ସୁଭାଷଚନ୍ଦ୍ର ପଣ୍ଡା, ସତ୍ଯ ବ୍ରତ ତାଣ୍ଡି, ଟଙ୍କଧର କୁଆଁର, ଜଗତ ଦରୱାନ, ଜେ .ନାଏକ ରକ୍ତ ସଂଗ୍ରହ କରିଥିଲେ । ଡାକ୍ତର ଦୁର୍ଗା ପ୍ରସାଦ ମେହର ରକ୍ତ ଦାତାଙ୍କ ସ୍ଵାସ୍ଥ୍ୟ  ପରିକ୍ଷା କରିଥିଲେ । ଶିବିରକୁ 'ମୋ ପରିବାର ' ର ସଂଯୋଜକ ରଞ୍ଜିତ ରଥ,  ଉଲୁଣ୍ଡା ବ୍ଲକ ସମ୍ପାଦକ ବିହାରୀ ଲାଲ ମିଶ୍ର,  ସୋମନାଥ ପାଣିଗ୍ରାହୀ ପରିଚାଳନା କରିଥିଲେ ।

0
0
0
s2sdefault