ହେଡଲାଇନସ୍:

ବଡଖମାର ବରାହପଦର ମଠରେ ବ୍ୟଞ୍ଜନ ଦ୍ଵାଦଶୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବାଡଖମାରସ୍ଥିତ ଦ୍ବିତୀୟ ବୃନ୍ଦାବନ ଭାବେ ପରିଚିତ ବରାହପଦର ମଠରେ ଆଜି ବ୍ୟଞ୍ଜନ ଦ୍ଵାଦଶୀ ଉତ୍ସବ ପାଳିତ ହୋଇଯାଇଛି । ମଠାଧୀଶ ଖେଳାକୃଷ୍ଣ ଦାସଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଅଞ୍ଚଳର ବିଭିନ୍ନ ମଠରୁ ସାଧୁ ସନ୍ଥ ତଥା ଆଖପାଖ ବିଭିନ୍ନ ଗ୍ରାମରୁ ପୁରୁଷ ଓ ମହିଳା  ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ । ଏହି ଅବସରରେ ରାଧାକୃଷ୍ଣଙ୍କର ପୂଜାର୍ଚ୍ଚନା ସହ ତାଙ୍କଠାରେ ବିବିଧ ବ୍ୟଞ୍ଜନାଦି ଅର୍ପଣ କରାଯାଇଥିଲା । ଶ୍ରଦ୍ଧାଳୁ ଭକ୍ତଜନଙ୍କ ଭଜନ, ସଙ୍କୀର୍ତ୍ତନରେ ମଠ ପରିସର ଭକ୍ତିମୟ ହୋଇ ଉଠିଥିଲା ।

0
0
0
s2sdefault