ହେଡଲାଇନସ୍:

" ଚାଷୀମାନଙ୍କର ସମସ୍ୟା ସମାଧାନ ଦିଗରେ ଗ୍ରାମ୍ୟ କୃଷିକର୍ମୀମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ'

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗ୍ରାମ୍ୟ କୃଷିକର୍ମୀମାନଙ୍କ ଦକ୍ଷତା ବିକାଶ ବୈଠକ

"ଯୋଜନାର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ଗ୍ରାମ୍ୟ କୃଷିକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି'

"କୃଷିଜାତ ଦ୍ରବ୍ୟର ବିପଣନ ନିମନ୍ତେ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଦିଗରେ  ଚାଷୀମାନଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି' : ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର(ମାନସୀ ମିଶ୍ର) :ବିଗତ ୨୦ ବର୍ଷ ମଧ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ରାଜ୍ୟ ଅନେକ ସଫଳତା ହାସଲ କରିଥିବାବେଳେ କୃଷି ଉତ୍ପାଦନକୁ ଅଧିକ ବୃଦ୍ଧି କରିବାର ଭରପୂର ସମ୍ଭାବନା ରହିଛିା ରାଜ୍ୟ ସରକାର କୃଷିକୁ ପ୍ରାଥମିକତା ପ୍ରଦାନ କରି କୃଷକମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତିା ମୃତ୍ତିକାର ପରୀକ୍ଷଣ, ଉନ୍ନତ ମାନର ବିହନ ଓ ଜ୍ଞାନକୌଶଳ ବ୍ୟବହାର ତଥା ଫସଲର ବିବିଧିକରଣ ଚାଷୀମାନଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବା ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର କରି ଉତ୍ପାଦନ ଖର୍ଚ୍ଚ କମ କରାଯାଇପାରିବା ସେହିପରି ବିଭନ୍ନ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ଦିଗରେ ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା ଗ୍ରାମ୍ୟ କୃଷିକର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା 

ଆଜି ପୂର୍ବାହ୍ନରେ ଉତ୍ତରାଞ୍ଚଳ ରାଜସ୍ୱ ଜୋନ୍ ଅନ୍ତର୍ଗତ ଜିଲ୍ଲାଗୁଡ଼ିକରେ କାର୍ଯ୍ୟରତ ଗ୍ରାମ୍ୟ କୃଷିକର୍ମୀମାନଙ୍କର ଦକ୍ଷତା ବିକାଶ ନିମନ୍ତେ ଆୟୋଜିତ ଭର୍ଚୁଆଲ୍ ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ପ୍ରତ୍ୟେକ ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରରେ ଅନୁଷ୍ଠିତ ବୈଠକରେ ଚାଷୀମାନଙ୍କର ସମସ୍ୟା ସଂପର୍କରେ ଗ୍ରାମ୍ୟ କୃଷିକର୍ମୀମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁା ଫସଲରେ ରୋଗପୋକ ଲାଗିଲେ ତୁରନ୍ତ କୀଟଦମନ ନିମନ୍ତେ ଚାଷୀମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବା ଦରକାରା ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ନିମନ୍ତେ ହିତାଧିକାରୀଙ୍କ ଚୟନ ସମୟରେ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ନହୁଅନ୍ତି ସେଥି ନିମନ୍ତେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲୋ 

ଉପଲବ୍ଧ ଜମିରୁ ସର୍ବାଧିକ ଉତ୍ପାଦ ପାଇବା ନିମନ୍ତେ ସମନ୍ୱିତ କୃଷି କାର୍ଯ୍ୟ ଆପଣେଇବା, ମୃତ୍ତିକାର ସ୍ୱାସ୍ଥ୍ୟ ନିମନ୍ତେ ଅଧିକରୁ ଅଧିକ ବାୟୋ-ଫର୍ଟିଲାଇଜର ବ୍ୟବହାର ସହ କୃଷିଜାତ ଦ୍ରବ୍ୟର ବିପଣନ ନିମନ୍ତେ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଦିଗରେ ଚାଷୀମାନଙ୍କୁ ସଚେତନ କରିବାର ଆବଶ୍ୟକତା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱାରୋପ କରିଥିଲୋ ଆମ କୃଷି ଟୋଲ୍ ଫ୍ରି ମୋବାଇଲ୍ ସେବା ଓ ହ୍ୱାଟସ୍ଆପ୍ ଭିଡ଼ିଓ ଓ ବାର୍ତ୍ତାର ବହୁଳ ପ୍ରସାର କରି ଚାଷୀମାନଙ୍କୁ କୃଷି ସମ୍ବନ୍ଧୀୟ ଆବଶ୍ୟକ ସୂଚନା ଦେବା ଦିଗରେ ଗ୍ରାମ୍ୟ କୃଷିକର୍ମୀମାନେ ସକ୍ରିୟ  ଭୂମିକା ଗ୍ରହଣ କରନ୍ତୁା କାର୍ଯ୍ୟ କ୍ଷେତ୍ରରେ ୫-"ଟି'ର ଅନୁପାଳନପୂର୍ବକ କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ ଗ୍ରାମ୍ୟ କୃଷିକର୍ମୀମାନଙ୍କୁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲୋ ଏହି ଅବସରରେ ମନ୍ତ୍ରୀ ଡ. ସାହୁ ଗ୍ରାମ୍ୟ କୃଷିକର୍ମୀମାନଙ୍କର ଅନ୍ୟ ରାଜ୍ୟର କୃଷି କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ୱାରୋପ କରିଥିଲୋ 

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ କହିଲେ ଯେ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଦକ୍ଷତା କାର୍ଯ୍ୟକ୍ରମ ଗ୍ରାମ୍ୟ କୃଷିକର୍ମୀମାନଙ୍କର ଦକ୍ଷତା ବିକାଶରେ ସହାୟକ ହୋଇପାରିବା ଗ୍ରାମ୍ୟ କୃଷିକର୍ମୀମାନେ ମାସର ପ୍ରଥମ ଓ ତୃତୀୟ ଶନିବାର ଆୟୋଜିତ ବ୍ଲକସ୍ତରୀୟ ବୈଠକରେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହାୟତାରେ ଚାଷୀମାନଙ୍କ ସମସ୍ୟାର ସମାଧାନରେ ସକ୍ରିୟ  ଭୂମିକା ଗ୍ରହଣ କରିବା ପାଇଁ କହିଥିଲୋ ଏଥିସହିତ କୃଷକମାନଙ୍କର ଏକ ନିର୍ଭୁଲ ଡାଟାବେସ୍ ପ୍ରସ୍ତୁତ କରିବା ଦିଗରେ ଡ. ଗର୍ଗ ଗୁରୁତ୍ୱ ଆରୋପ କରିଥିଲୋ 

ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାରଙ୍କ ସମେତ ଉତ୍ତରାଞ୍ଚଳ ରାଜସ୍ୱ ଜୋନ୍ ଜିଲ୍ଲାର ଗ୍ରାମ୍ୟ କୃଷିକର୍ମୀମାନେ ଯୋଗଦେଇଥିଲୋ 

 

 

0
0
0
s2sdefault