ହେଡଲାଇନସ୍:

ସାମାଜିକ କର୍ମୀ ଦୀନେଶ ପ୍ରଧାନଙ୍କ ଉଦ୍ୟମ ଯୋଗୁ ନ୍ୟାୟ ପାଇଲେ ମେଧାବୀ ଛାତ୍ର ଉମାକାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଳାହାଣ୍ଡି /ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ସନ୍ୟାସୀ କୁଣ୍ଡାମାଳ ଗ୍ରାମର ଛାତ୍ର ଉମାକାନ୍ତ ନିଆଲ  | ଏହି ଛାତ୍ର 2017 ମସିହାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଆୟୋଜିତ ଜାତୀୟ ମେଧାବୃତ୍ତି (NMMS) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ | କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ତାର ଚାରି ବର୍ଷର 40,000 ଟଙ୍କା ଛାତ୍ର ବୃତ୍ତି ପାଇବାରୁ ବଞ୍ଚିତ ହୋଇଥିଲେ l ଛାତ୍ର ଜଣକ 2017 ମସିହା ଠାରୁ 2020, ତିନି ବର୍ଷ ମଧ୍ୟରେ ଅନେକ ଥର ଜିଲ୍ଲାପାଳଠାରୁ ଆରମ୍ଭ କରି ବହୁ ସରକାରୀ ଅଫିସରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସଫଳ ହେଉନଥିଲା l ଦିନେ ଖବରକାଗଜ ରେ ପ୍ରକାଶ ପାଇଲା ପରେ ସାମାଜିକ କର୍ମୀ ଦୀନେଶ ପ୍ରଧାନ ଟ୍ୱିଟର  ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅଫିସ ଓ ଜିଲ୍ଲାପାଳ କଳାହାଣ୍ଡି ମହୋଦୟଙ୍କୁ ଅଭିଯୋଗ କରିଥିଲେ | ଛାତ୍ରଙ୍କ ତିନି ବର୍ଷର ସଂଘର୍ଷ ଓ ଅନେକ ଟ୍ୱିଟର  ଚଳାଉଥିବା  ବନ୍ଧୁ ମାନଙ୍କ ସାହାଯ୍ୟ ଯୋଗୁଁ ଏହି ଛାତ୍ର ଆଜି ତାର ଛାତ୍ରବୃତ୍ତି ପାଇବାରେ ସଫଳ ହୋଇଛି |  ସାମାଜିକ କର୍ମୀ ଦୀନେଶ ପ୍ରଧାନ ଉମାକାନ୍ତ ନିଆଲର ସମସ୍ତ ଦସ୍ତାବିଜ ତାଙ୍କ ଠାରୁ ସଂଗ୍ରହ କରି,17 October 2020 ରେ CMO Odisha ଓ DM Kalahandi Office ଙ୍କୁ ଟ୍ୱିଟର  ମାଧ୍ୟମରେ ଅଭିଯୋଗ  କରିଥିଲେ ଏଵଂ DM Kalahandi office ରୁ ତାଙ୍କୁ 2 November କୁ ଉତ୍ତର ଆସିଥିଲା | ଉତ୍ତରରେ ଲେଖାଥିଲା କି ଛାତ୍ରକୁ Red Cross କିମ୍ବା CMRF ରୁ ସାହାଯ୍ୟ କରାଯିବ ବୋଲି l ତାହା ଆଜି ସଫଳ ହୋଇଛି ଓ ଚଳିତ ମାସ 09 December 2020 ରିଖ ଛାତ୍ର ଉମାକାନ୍ତ ଙ୍କ  Passbook Account ରେ କଳାହାଣ୍ଡି ଜିଲ୍ଲାପାଳ  ମହୋଦୟ ଙ୍କ ସାହାଯ୍ୟ ଜରିଆରେ 20,000/- ଟଙ୍କା ଜମା ହୋଇଛି ସାମାଜିକ କର୍ମୀ ଦୀନେଶ ପ୍ରଧାନଙ୍କ ଏହି ମହତ୍ୱ କାର୍ଯ୍ୟକୁ ଦେଖି ଅଞ୍ଚଳର ଯୁବପୀଢ଼ି ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା ହେଉଛି |

0
0
0
s2sdefault