ହେଡଲାଇନସ୍:

ଏସଟିପିଆଇ, ଗୋଠପାଟଣା କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ିଶା ହେବ ଆଇଟି ପେଂଠ  ସ୍ଥଳ

 ଆଇଟି କ୍ଷେତ୍ରରେ ବଢ଼ିବ କର୍ମନିଯୁକ୍ତି

ଭୁବନେଶ୍ୱର(ଶାସକ ପ୍ରଶାସକ) :ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଗତକାଲି ଗୋଠପାଟଣାସ୍ଥିତ ଏସଟିପିଆଇ  କେନ୍ଦ୍ର ପରିଦର୍ଶନ କରିଛନ୍ତିା  ଏହି ନୂଆ ଏସଟିପିଆଇ  କେନ୍ଦ୍ରରେ ପ୍ଲଗ୍ ଆଣ୍ଡ ପ୍ଲେ, ନେକ୍ସଟ୍ ଜେନେରେସନ୍ ଇନକ୍ୟୁବେସନ୍ ସେଣ୍ଟର, ଡାଟା ଷ୍ଟୋରେଜ୍, ଡାଟା ସିକ୍ୟୁରିଟି, ଇଲେକ୍ଟ୍ରୋପ୍ରିନିୟୋର ପାର୍କ, ମେଣ୍ଟର କନେକଟ ଆଦି ରହିଥିବା ବିଭିନ୍ନ ଆଇଟି ଭିତ୍ତିଭୂମିକୁ ମନ୍ତ୍ରୀ ଶ୍ରୀ ବେହେରା ଅନୁଧ୍ୟାନ କରିଥିଲୋ ଏହି ଏସଟିପିଆଇ  ଗୋଠପାଟଣା କେନ୍ଦ୍ର କାର୍ଯ୍ୟକାରୀ ହେବା ପରେ ନୂଆଦିଲ୍ଲୀ ପରେ ଏହା ସମଗ୍ର ଦେଶରେ ଦ୍ୱିତୀୟ ଉତ୍କର୍ଷ କେନ୍ଦ୍ର ଭାବେ ପରିଗଣିତ ହେବା ଏଥି ସହିତ ଆଇଟି କ୍ଷେତ୍ରରେ ନିଯୁକ୍ତି ବହୁମାତ୍ରାରେ ବୃଦ୍ଧି ପାଇବ ବୋଲି ଅଧିକାରୀମାନେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଅବଗତ କରାଇଥିଲୋ 

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଟାୟାର-୩ ଡାଟା ଷ୍ଟୋରେଜ ସେଣ୍ଟର ଓ ଫାବ୍-ଲ୍ୟାବ୍ ବୁଲିବା ସହ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରକୁ ଆଇଟି ହବରେ  ପରିଣତ କରିବାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ ଦିଗରେ ଆମ ସମସ୍ତଙ୍କୁ ଆଗଭର ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଥିଲୋ କରୋନା ମହାମାରୀ ପାଇଁ ଦେଶରେ ଆର୍ଥିକ  ଓ ସ୍ୱଭାବିକ କାର୍ଯ୍ୟକ୍ରମ ଯଥେଷ୍ଟ କମିଯାଇଥିଲାା ତେବେ ରାଜ୍ୟ ସରକାରଙ୍କ ସଠିକ୍ କୋଭିଡ୍ ପରିଚାଳନା ଏବଂ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଏହି ସମୟ ମଧ୍ୟରେ ବହୁଗୁଡ଼ିଏ ଉନ୍ନୟନ କାର୍ଯ୍ୟ କରାଯାଇ ପାରିଛିା ଆମ ରାଜ୍ୟରେ ଅଧିକ ଆଇଟି ବୃତ୍ତିଧାରୀ ସୃଷ୍ଟି କରିବା ଏବଂ ଆଇଟି-ଉଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବା ପାଇଁ ସବୁପ୍ରକାର ସୁବିଧାସୁଯୋଗ ଯୋଗାଇ ଦେବାଲାଗି ବହୁ ପଦକ୍ଷେପ ଗ୍ରହଣ କରାଯାଇଛିା ଆଇଟି କ୍ଷେତ୍ରରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲୋ 

ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ରାଉରକେଲାରେ ଏସ୍ଟିପିଆଇ କାର୍ଯ୍ୟ କରୁଥିବାବେଳେ ନବନିର୍ମିତ ବାଲେଶ୍ୱର ଏସ୍ଟିପିଆଇ କେନ୍ଦ୍ର ଉଦ୍ଘାଟନ ଅପେକ୍ଷାରେ ରହିଛିା ଏଥିସହ କୋରାପୁଟ-ଜୟପୁର, ଯାଜପୁର, ଅନୁଗୁଳ ଓ ସମ୍ବଲପୁର ଏସ୍ଟିପିଆଇ ପ୍ରତିଷ୍ଠା କାର୍ଯ୍ୟ ଆଗାମୀ ଦୁଇବର୍ଷ ମଧ୍ୟରେ ଶେଷ କରାଯିବାର ଯୋଜନା ରହିଛିା  ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଏସଟିପିଆଇ,ଭୁବନେଶ୍ୱରର ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ପଣ୍ଡାଙ୍କ ସହିତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲୋ 

 

0
0
0
s2sdefault