ହେଡଲାଇନସ୍:

କରୋନା ଯୋଦ୍ଧାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ  ୫୦ଲକ୍ଷ ପ୍ରଦାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା (ସରୋଜ କୁମାର ସାହୁ) :କରୋନା ସମୟରେ ବିଭିନ୍ନ ବିଭାଗର କର୍ମଚାରୀ, ସାମ୍ବାଦିକ, ସମାଜସେବୀ ନିୟୋଜିତ ରହି କାରୋନାର ମୁକାବିଲା କରିବା ସହ ଜିଲାକୁ କରୋନା ମୁକ୍ତ କରିବା ନିମନ୍ତେ ଆପ୍ରାଣ ଉଦ୍ୟମଜାରି ରଖି ଜିଲା ପ୍ରଶାସନକୁ ଏଥିରେ ସଫଳ କରାଇଛନ୍ତି । ଅଗଷ୍ଟ ୧୮ ତାରିଖ ଦିନ କରୋନା କାର୍ଯ୍ୟରତ ଦିବଂଗତ ସହକାରୀ ଶିକ୍ଷକ ଅରୁଣ କୁମାର ଲେଙ୍କାଙ୍କ ମୃତ୍ୟୁ  ହୋଇଥିଲା । ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିବଂଗତ ସହକାରୀ ଶିକ୍ଷକ ଅରୁଣ କୁମାର ଲେଙ୍କାଙ୍କ ପରିବାରବର୍ଗଙ୍କୁ  ୫୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା ଦିବଂଗତ ଶିକ୍ଷକ ତଥା କରୋନା ଯୋଦ୍ଧା ସ୍ୱର୍ଗତ ଅରୁଣ କୁମାର ଲେଙ୍କାଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଂଜୁର କରିବା ସହ ଶୁକ୍ରବାର ତାଙ୍କ ସ୍ତ୍ରୀ ସୌଦାମିନୀ ଲେଙ୍କାଙ୍କୁ ସହାୟତା ରାଶି ହସ୍ତାନ୍ତର କରିଛନ୍ତି । ୫୦ଲକ୍ଷ ଟଙ୍କାର ମଂଜୁର ଆଦେଶ ସୌଦାମିନୀଙ୍କୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯିବା ସହ ଉକ୍ତ ସହାୟତା ରାଶି ସିଧାସଳଖ ସୌଦାମିନୀ ଲେଙ୍କାଙ୍କ ବ୍ୟାଙ୍କ ପାସବହିକୁ ସ୍ଥାନାନ୍ତର କରାଯାଇଅଛି । ଏହି ଅବସରରେ ଜିଲାପାଳ ପ୍ରମୋଦ କୁମାର ବେହେରା ଓ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଉପସ୍ଥିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ସହ ସରକାରଙ୍କ ତରଫରୁ ସମସ୍ତ ସାହାଯ୍ୟ ଓ ସହଯୋଗ ପ୍ରଦାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ସହାୟତା ମଂଜୁରୀ ଆଦେଶ ପ୍ରଦାନ ସମୟରେ ରାୟଗଡ଼ା ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା , ରାୟଗଡ଼ା ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ରାୟଗଡ଼ ବ୍ଲକ  ଶିକ୍ଷା ଅଧିକାରୀ ରାଜନୀକାନ୍ତ ସାମନ୍ତରାୟ, ଜିଲାପାଳଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ଅଧିକାରୀ ସୁକାନ୍ତ କୁମାର ପ୍ରଧାନ, ରାଗୟଡ଼ ବ୍ଲକ କୋଭିଡ ନୋଡ଼ାଲ ଅଧିକାରୀ ଗୋପାଳ ପଣ୍ଡା ଓ ଶିକ୍ଷକ ନିଳାଞ୍ଚଳ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଦିବଂଗତ ଅରୁଣ କୁମାର ଲେଙ୍କା ଜିଲା ପରିଷଦ ରାୟଗଡ଼ାଙ୍କ ପତ୍ର ସଂଖ୍ୟା ୬୮୭୩ ତା ୨୫.୦୬.୨୦୦୮ ଅନୁଯାୟୀ ରାଗୟଡ଼ା ବ୍ଲକର କୁମାଙ୍ଗୋ ଉ.ପ୍ରା ବିଦ୍ୟାଳୟ ଠାରେ ଗଣଶିକ୍ଷକ ରୂପେ ନିଜ ଚାକିରି ଆରମ୍ଭ କରିଥିଲେ । ଜିଲା ଶିକ୍ଷାଧିକାରୀ, ରାୟଗଡ଼ା ଆଦେଶ ସଂଖ୍ୟା ୪୪୬ ତା ୧୬.୧.୨୦୧୮ଅନୁଯାୟୀ ୧.୩.୨୦୧୭ଠାରୁ ଜଣେ ନିୟମିତ ସହକାରୀ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ । କରୋନାର ମୁକାବିଲା ନିମନ୍ତେ ଅନ୍ୟ ଶିକ୍ଷକଙ୍କ ଭଳି ସେ ୩୦.୩.୨୦୨୦ଠାରୁ ୩୧.୦୭.୨୦୨୦ପର୍ଯ୍ୟନ୍ତ ଅନ୍ୱେଷା ଟି ଏମସିଠାରେ ଦାୟିତ୍ୱ ନିର୍ବାହ କରିଥିଲେ । ୪.୮.୨୦୨୦ରେ ଅସୁସ୍ଥ ହେବାରୁ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା ଓ ସଂକ୍ରମଣ ହୋଇଥିବାରୁ ଜେକେପୁର ସ୍ଥିତ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ପରେ ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଅରୁଣଙ୍କ ଦେହାନ୍ତ ହୋଇଥିଲା । ରାୟଗଡ଼ା ଜିଲା ପ୍ରଶାସନ ପକ୍ଷରୁ ଅରୁଣଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ଜିଲାପାଳ, ରାୟଗଡ଼ାଙ୍କ ପତ୍ର ସଂଖ୍ୟା ୩୧୦୭ ତା ୧୮.୦୮.୨୦୨୦ରିଖରେ ଅନୁରୋଧ କ୍ରମେ ଦିବଂଗତ ଅରୁଣ କୁମାର ଲେଙ୍କାଙ୍କୁ କରୋନା ଯୋଦ୍ଧା କରିବାସହ ଯୋଦ୍ଧାର ମାନ୍ୟତା ଦେଇ ରାଷ୍ଟ୍ରୀୟ ସମ୍ମାନରେ ଶବ ସକ୍ରାର ହୋଇଥିଲା ।

ଜିଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କରୋନାରେ ମୃତ ଅରୁଣ କୁମାର ଲେଙ୍କାଙ୍କ ନିମନ୍ତେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହ ଚାକିିରି ପ୍ରଦାନ ନିମନ୍ତେ ପ୍ରଶାସନ ନିକଟରେ ଅନୁରୋଧ କରିଥିଲେ ।

ରାୟଗଡ଼ା ଗୋଷ୍ଠୀ  ଉନ୍ନୟନ ଅଧିକାରୀ ରାଜେଶ ମାଝି ଓ  ଗୋଷ୍ଠୀ ଶିକ୍ଷାଅଧିକାରୀ ରଜନୀକାନ୍ତ ସାମନ୍ତରାୟ ଦିବଂଗତ ଅରୁଣ କୁମାର ଲେଙ୍କାଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ନିମନ୍ତେ ଆବଶ୍ୟକ ସମସ୍ତ ପ୍ରମାଣ ପତ୍ରସହ ଦରଖାସ୍ତ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରିଥିଲେ ।

ଅରୁଣଙ୍କୁ କରୋନା ଯୋଦ୍ଧା ଘୋଷଣା ସହ ତାଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନରେ ରାୟଗଡ଼ ଜିଲାପାଳ ଏବଂ ଜିଲା ପ୍ରଶାସନର ଅକୁଣ୍ଠ ଉଦ୍ୟମକୁ ରାୟଗଡବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

0
0
0
s2sdefault