ହେଡଲାଇନସ୍:

ପରୀକୁ ନ୍ୟାୟମିଳୁ ଦାବିରେ ଜିଲ୍ଲା ବଜେପିର ବିରାଟ ପ୍ରତିବାଦ ଶୋଭାଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପରୀକୁ ନ୍ୟାୟ ମିଳୁ ଏବଂ ଏଥିରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଅରୁଣ ସାହୁକୁ ତୁରନ୍ତ ବରଖାସ୍ତ ଦାବିରେ  ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଭାଜପା: ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଏକ ବିରାଟ ପ୍ରତିବାଦ ଓ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ଭାଜପା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ କର୍ମୀ  ନୂଆ ବସଷ୍ଟାଣ୍ଡ ଠାରେ ଏକତ୍ରିତ ହୋଇ ସେଠାରେ ଥିବା ଆମ୍ବେଦକର ଷ୍ଟେଚ୍ୟୁ ଠାରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । 

ଶୋଭାଯାତ୍ରାରେ ନେତା ଓ କର୍ମୀ ମାନେ ଦଳୀୟ ପତାକା ଓ ରାଜ୍ୟ ସରକାର ବିରୋଧୀ ବିଭିନ୍ନ ପ୍ଲାକାର୍ଡ ମାନ ଧରି ରାଜ୍ୟ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ । 

  ପରୀକୁ ନ୍ୟାୟ ଦେବା ସହ ଏହି ଘଟଣାରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ଏବଂ ପରୀ ମାମଲା ସିବିଆଇକୁ ଦିଆଯାଉ ବୋଲି ଦାବି କରି ବିଧାୟକ ଶ୍ରୀ ରାଓ କହିଥିଲେ ।

  ଅନ୍ୟ ପକ୍ଷରେ ଓଡ଼ିଶାରେ ଏହିଭଳି ୫୩୦୦ ରୁ ଉର୍ଦ୍ଧ୍ବ ଶିଶୁ ବିଭିନ୍ନ ଅପଘଟଣାର ଶିକାର ହେଉଛନ୍ତି , ଏ ନେଇ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହେଉଛି , ହେଲେ କୌଣସି ଗୋଟିଏ ହେଲେ ନ୍ୟାୟ ମିଳୁନାହିଁ । ପରୀ ଘଟନାରେ ନ୍ୟାୟ ପାଇଁ ଆମେ ବିଧାନସଭାରେ ପ୍ରଶ୍ନ ଆଲୋଚନା କଲୁ , ହେଲେ ରାଜ୍ୟ ସରକାର ଏହାକୁ ଏଡାଇଦେବା ଆଳରେ ୪୦ ଦିନଧରି ଚାଲିଥବାକୁ ଥିବା ବିଧାନସଭା ଅଧିବେଶନକୁ ମାତ୍ର ୧୦ ଦିନ ମଧ୍ୟରେ ବନ୍ଦ କରିଦେଲେ । 

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ପରି ଘଟଣାରେ ସଂପୃକ୍ତ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ସମ୍ପୃର୍ଣ୍ଣ ସପର୍ଟ କରି ଘଣ୍ଟ ଘୋଡାଉଛନ୍ତି । ତେଣୁ ଏ ସମସ୍ତ ପ୍ରତିବାଦରେ ଭାଜପା: ପରୀକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆମେ ଏଭଳି ଆନ୍ଦୋଳନ ଜାରି ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଦଳର ନଗର ସଭାପତି ଶ୍ରୀ ଜମିଦାର ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା ନୃସିଂହ ଚରଣ ପଟ୍ଟନାୟକ , ଚିତ୍ରୀ ସୀମାଦ୍ରୀ , ଚାପରା ତାରିକେଶ୍ୱରୀ , ସିଦ୍ଧେଶ୍ବର ମିଶ୍ର , ପ୍ରଶାନ୍ତ ପାଳ , ଜଗନ୍ନାଥ ମହାପାତ୍ର , ଚିଟି ବାବୁ , ଶ୍ୟାମ ପାଣିଗ୍ରାହୀ , ଅରୁଣୀମା ସାହୁ , ଏମ:- ଯୁବରାଜ, ଚିତ୍ତ ରଞ୍ଜନ ପଣ୍ଡା ପ୍ରମୁଖ ବହୁ ସଂଖ୍ୟାରେ ନେତା ଓ କର୍ମୀ ମାନେ ବିଭିନ୍ନ ବ୍ଲକ ଅଂଚଳରୁ ଆସି ଯୋଗ ଦେଇଥିଲେ ।

0
0
0
s2sdefault