ବରଗଡ :- ସରକାର ବିଭିନ୍ନ ଯୋଜନାରେ ବୃଦ୍ଧ , ବିଧବା ତଥା ବିକଳାଙ୍ଗ ମାନଙ୍କୁ ଆର୍ଥିକ ସହଯୋଗ ଆକାରରେ ପ୍ରତ୍ୟେକ ମାସ ଭତ୍ତା ପ୍ରଦାନ କରିଥାନ୍ତି । ଏହି ଭତ୍ତା ହିତାଧିକାରୀ ମାନଙ୍କର ଜୀବନ ଯାପନ ପାଇଁ ଅନେକ ସାହାଯ୍ୟ କରିଥାଏ । ଏହିକ୍ରମ ରେ ପାଇକମାଲ ବ୍ଲକରେ ଅଦ୍ୟାବଧି ବାର ହଜାର ଆଠ ଶହ ଏକାଅସି ଜଣକୁ ବିଭିନ୍ନ ଯୋଜନାରେ ଭତ୍ତା ପ୍ରଦାନ କରାଯାଉଛି । ଆଜି ମଧ୍ୟ ବ୍ଲକରେ ନୂତନ ଛଅ ଶହ ଏକତିରିସ ଜଣ ଙ୍କୁ ବିଭିନ୍ନ ଯୋଜନାରେ ଭତ୍ତା ପାଇବା ପାଇଁ କାର୍ଡ ସହିତ ବକାୟ ତିନି ମାସର ଭତ୍ତା ପ୍ରଦାନ କରାଯାଇଛି । ପାଇକମାଲ ଏଫ ଇ ଓ ଶ୍ରୀ ରମେଶ ଚନ୍ଦ୍ର ସେଠି ଙ୍କର କାର୍ଯଳୟରେ ପାଇକମାଲ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁ , ପଦ୍ମପୁର ବିଧାୟକଙ୍କ ପ୍ରତିନିଧି ଶ୍ରୀ ରାଜେନ୍ଦ୍ର ରାଉତ ତଥା ବ୍ଲକର ଅନେକ ସରପଞ୍ଚ ଙ୍କର ଉପସ୍ଥିତ ରେ ନୂତନ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା ।
ରାଜ୍ୟ
ପାଇକମାଲରେ ଭତ୍ତା ପାଉଥିବା ଲୋକଙ୍କ ସଂଖ୍ୟା 12, 881
- Hits: 492