ହେଡଲାଇନସ୍:

ଡିଜିଟଲ ମାଧ୍ୟମରେ ଧନୁଯାତ୍ରା ଆୟୋଜନ ହେଉ : ପଶ୍ଚିମ ଓଡିଶା ଯୁବା ମଞ୍ଚ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଧନୁଯାତ୍ରା ବନ୍ଦ ରଖିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା

ବରଗଡ : - ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କୁ ଚଳିତ ବର୍ଷ ବନ୍ଦ ରଖିବା ପାଇଁ ହୋଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହିତ ଏହି ନିଷ୍ପତ୍ତି ର ବିରୋଧ ହେବାରେ ଲାଗିଛି । କୋରୋନାର ପ୍ରଭାବ ଶିର୍ଷରେ ଥିବା ସମୟରେ କୋବିଡ଼ କଟକଣାକୁ ପାଳନ କରି ବଡ଼ ଠାକୁରଙ୍କର ରଥଯାତ୍ରା ଯେଉଁଭଳି ସଫଳତାର ସହିତ ସମ୍ଭବ ହୋଇ ପାରିଲା ସେହିଭଳି ଏକ ରାସ୍ତା ବାହାର କରି ଧନୁଯାତ୍ରାର ଆୟୋଜନ କରାଯାଉ ବୋଲି ଲୋକଙ୍କ ଦାବି ରହୁଛି । 

ଡିଜିଟଲ ମାଧ୍ୟମରେ ଧନୁଯାତ୍ରା ଆୟୋଜନ କରିବା ପାଇଁ ପଶ୍ଚିମ ଓଡିଶା ଯୁବା ମଞ୍ଚ ଆଜି ଦାବି ଜଣାଇଛି । ଧନୁଯାତ୍ରାକୁ ବନ୍ଦ ନକରି ଡିଜିଟାଲ ମାଧ୍ୟମରେ କରିବା ପାଇଁ ବରଗଡ଼ ଜିଲ୍ଲାପାଳଙ୍କୁ ପଶ୍ଚିମ ଓଡିଶା ଯୁବା ମଞ୍ଚର ଦାବି ପତ୍ର ପ୍ରଦାନ କରିଛି ।ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଶ୍ରୀମତି ସୁମତି ପଣ୍ଡା ଦାବିପତ୍ର ଗ୍ରହଣ କରିଥିଲେ ।

0
0
0
s2sdefault