ହେଡଲାଇନସ୍:

ଏନଓୟୁ ବିଶ୍ୱବିଦ୍ୟାଳୟକୁ  ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ନାମରେ ନାମିତ କରାଯାଉ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଜେଡ଼ି ପକ୍ଷରୁ ପ୍ରସ୍ତାବ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ପ୍ରଜାନୁରଞ୍ଜକ  ମହାରାଜା ତଥା ଉତ୍କଳର ଅନ୍ୟତମ ବରପୁତ୍ର ମହାରାଜା ଶ୍ରୀରାମଚନ୍ଦ୍ର ଭଞଙ୍କର ୧୫୦ତମ ଜନ୍ମ ଜୟନ୍ତୀ ୧୭/୧୨/୨୦୨୦ ତାରିଖ ଗୁରୁବାର ଜିଲ୍ଲାର ସଦର ମହକୁମା ବାରିପଦାଠାରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ବାରିପଦା ପୌରପରିଷଦର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଅଛି । ଏହି ପରିପ୍ରେକ୍ଷିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞଦେଓଙ୍କର ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସହିତ ବିଜେଡ଼ି, ବିଜେପି ଓ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସଙ୍ଗଠନ ଏବଂ ସହରର ବହୁ ମାଣ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ  ନାଗରିକ, ବୁଦ୍ଧିଜୀବୀମାନେ ପୁଷ୍ପମାଲ୍ୟ ଅର୍ପଣ ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହାପରେ ସନ୍ଧ୍ୟା ସମୟରେ ଶ୍ରୀରାମଚନ୍ଦ୍ର ପାଠାଗାର ପରିସରରେ ମହାରାଜାଙ୍କ ସ୍ମୃତି ଚାରଣ ସଭା ଆୟୋଜିତ ହୋଇଥିବା ସମୟରେ ବିଜେଡ଼ିର ଜିଲ୍ଲା ସଭାପତି ତଥା ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜ କିଶୋର ଦାସ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୟୂରଭଞ୍ଜ ସାଙ୍ଗଠନିକ ଜିଲ୍ଲା- ୨ ସଭାପତି କାଶିନାଥ ହେମ୍ବ୍ରମ, ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ, ଡ଼ା. ହରିଶ , ଡ଼ା ଦେବାଶିଷ ମାର୍ଣ୍ଡି, ଯୁବ ସଭାପତି ଅରୁଣ ବରାଡ଼ ପ୍ରମୁଖଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା ବିଜେଡ଼ିର ମୟୂରଭଞ୍ଜ-୧ ସଭାପତି ଶ୍ରୀମାର୍ଣ୍ଡି ବାରିପଦା ତଖତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମକରଣ କରାଯିବା ସହ ଶ୍ରୀକ୍ଷେତ୍ରଧାମ ପୁରୀ ଶ୍ରୀମନ୍ଦିର ଭଳି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦରର ନବୀକରଣ ଓ ସୌନ୍ଦର୍ଯ୍ୟୀକରଣ କରାଯିବା ନିମନ୍ତେ ୫ କୋଟି ବଦଳରେ ଅଧିକ ଟଙ୍କା ଯୋଗାଇ ଦେବା ସାଙ୍ଗକୁ ଅବହେଳିତ ଅବସ୍ଥାରେ ଥିବା ଶ୍ରୀରାମଚନ୍ଦ୍ର ପାଠାଗାରକୁ ପୁର୍ନଉଦ୍ଧାର ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇବା ସହ ରକ୍ଷଣାବେକ୍ଷଣ ଦାୟିତ୍ୱ ସରକାର ହାତକୁ ନେବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି  ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବା ସମ୍ପର୍କରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ ।  ତେବେ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ସମୟରେ  ବିଜେଡ଼ିର ହଠାତ୍ ଏହି ପ୍ରକାରର ଘୋଷଣାକୁ ନେଇ ସହରରେ ମୁଖ୍ୟ ଚର୍ଚ୍ଚା ବିଷୟ ପାଲଟି ଯାଇଛି ।

 

0
0
0
s2sdefault