ଭୁବନେଶ୍ୱର,(ଶାସକ ପ୍ରଶାସକ ): ଡିସେମ୍ବର ୧୮ ତାରିଖଠାରୁ ଭୁବନେଶ୍ୱର ସିଆର୍ପି ଛକସ୍ଥିତ ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲିବା କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନଠାରେ ଥିବା ଏହି ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ରଖାଯାଇଥିଲାା
ଦର୍ଶକମାନଙ୍କ ପ୍ରବେଶ ନିମନ୍ତେ କୋଭିଡ୍-୧୯ ସଂକ୍ରମଣ ପ୍ରତିଷେଧକ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛିା ପ୍ରତ୍ୟେକ ଦର୍ଶକ ସଂଗ୍ରହାଳୟ ପରିସରକୁ ପ୍ରବେଶ କରିବା ପୂର୍ବରୁ ମୁଖ୍ୟ ପ୍ରବେଶ ଦ୍ୱାରରେ ସେମାନଙ୍କ ଶରୀରର ତାପମାତ୍ରା ଫୋରହେଡ୍ ସ୍କାନର ମେସିନ୍ ଦ୍ୱାରା ଯାଞ୍ଚ କରାଯାଇ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବା ପ୍ରତ୍ୟେକ ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟୋ ସଂଗ୍ରହାଳୟ ମଧ୍ୟରେ ପ୍ରତ୍ୟେକ ଦର୍ଶକ ସେମାନଙ୍କ ମଧ୍ୟରେ ଅତି କମାରେ ୧୦ ଫୁଟ ଦୂରତା ରକ୍ଷା କରିବୋ ପ୍ରତ୍ୟେକ ଦର୍ଶକ ମୁଖ୍ୟ ପ୍ରବେଶ ପଥ ଓ ସଂଗ୍ରହାଳୟ ପ୍ରବେଶ ପଥରେ ସେମାନଙ୍କ ହାତ ହ୍ୟାଣ୍ଡ ସାନିଟାଇଜର ଦ୍ୱାରା ସାନିଟାଇଜ କରିବା ଜରୁରୀ ଅଟୋ ପ୍ରତ୍ୟେକ ଦର୍ଶକ ସଂଗ୍ରହାଳୟ ମଧ୍ୟରେ ବୁଲି ଦେଖିବା ସମୟରେ କୌଣସି ସୋକେସ୍, ଟଚ୍ ସ୍କ୍ରିନ କିଓସ୍କ, ଭିଆର୍ ହେଡ୍ ସେଟ କିମ୍ବା କୌଣସି କଳାବସ୍ତୁକୁ ଛୁଇଁବା ନିଷେଧ କରାଯାଇଛିା ୬୫ ବର୍ଷରୁ ଉର୍ଧ୍ଵ ବୟସ୍କ ବ୍ୟକ୍ତି ଓ ୧୪ ବର୍ଷରୁ କମ ବୟସର ପିଲାମାନଙ୍କୁ ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ମିଳିବ ନାହିାଁ ଆଉ ମଧ୍ୟ ଏକ ସମୟରେ ୧୦ ଜଣ ଦର୍ଶକଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିବା ସେମାନଙ୍କ ମଧ୍ୟରୁ ପ୍ରଥମ ୫ ଜଣ ମୁଖ୍ୟ ସଂଗ୍ରହାଳୟ ଓ ତନ୍ମଧ୍ୟରୁ ଜଣେ ଲେଖାଏଁ ପ୍ରତ୍ୟେକ କକ୍ଷ ମଧ୍ୟକୁ ପ୍ରବେଶ କରିପାରିବୋ ଅନ୍ୟ ୫ ଜଣ ପରିସର ମଧ୍ୟରେ ଥିବା ପାରମ୍ପରିକ ଜନଜାତି ଗୃହ ମଧ୍ୟକୁ ଜଣଜଣ କରି ପ୍ରବେଶ କରିପାରିବୋ ସଂଗ୍ରହାଳୟ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଦିବା ୧୦ ଘଟିକାଠାରୁ ସନ୍ଧ୍ୟା ୫ଟା ୩୦ ମିନିଟ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତିା