ହେଡଲାଇନସ୍:

କୋଶଳିଆ ମାଳି ସମାଜ ବରଗଡ଼ ଜିଲ୍ଲା କମିଟି ତରଫରୁ ସମ୍ବର୍ଦ୍ଧନା ସଭା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର: କୋଶଳିଆ ମାଳି ସମାଜ ବରଗଡ଼ ଜିଲ୍ଲା କମିଟି ତରଫରୁ ଆଜି ବୁଧବାର ଦିନ ପାଇକମାଲ ବ୍ଲକ ମାଣ୍ତୋସିଲ ପଞ୍ଚାୟତ ଭୂତମୁଣ୍ତା ଗ୍ରାମରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା  । ଉକ୍ତ ସମ୍ବର୍ଦ୍ଧନା ସଭାରେ ଶ୍ରୀ ଭ୍ରମରାଜ ପଟେଲ,ପିତା - ଲମ୍ବୋଦର ପଟେଲଙ୍କ ତୃତୀୟ ପୁତ୍ର ୨୦୧୬ ( OSSC ) ପରୀକ୍ଷାରେ ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ କୋଶଳିଆ ମାଳି ସମାଜ ବରଗଡ଼ ଜିଲ୍ଲା କମିଟି ତରଫରୁ ଏକ ମାନପତ୍ର,ଶାଳ,ଉପଢୌକନ ପ୍ରଦାନ କରିଥିଲେ । ବୁତୀମାଲ ସର୍କଲ ସଭାପତି ଶ୍ରୀ ଅଲେଖ ପଟେଲ,ପଦ୍ମପୁର ବ୍ଲକ ସଭାପତି ଶ୍ରୀ ଡୋଲାମଣି ପଟେଲ,ଧୂମାଭଟା ଅଞ୍ଚଳ ସଭାପତି ଶ୍ରୀ ଲଳିତ ପଟେଲଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଛି  । ସମାଜରେ ଶିକ୍ଷାର ପ୍ରଚାର ଏବଂ ତାର ମୂଲ୍ୟକୁ ଭବିଷ୍ୟତ ପିଢି ବୁଝିବ ବୋଲି ଏବଂ ଭବିଷ୍ୟତରେ ସମାଜରେ ଯେଉଁ ମାନେ ସମାଜ ପ୍ରତି ସମର୍ପିତ ତାଙ୍କୁ ସମ୍ବର୍ଦ୍ଧିତ କରାଯିବାର ବକ୍ତାମାନେ ମତ ପ୍ରକାଶ କରିଥିଲେ  । ଭ୍ରମରାଜ ପଟେଲଙ୍କ କଠୋର ସାଧନାରେ ଫଳ ଆଜିର ସମାଜ ପାଇଁ ଗର୍ବ ଓ ଗୌରବ  ଅଟେ  ବୋଲି ମତ ପ୍ରକାଶ କରିଥିଲେ  । ଉକ୍ତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ସଭାପତି ଶ୍ରୀ ଭୀଷ୍ମଦେବ ପଟେଲ,ଉପ ସଭାପତି ସୁବଳ ପଟେଲ,ସଂପାଦକ ଶାନ୍ତନୁ ପଟେଲ,ସହ ସଂପାଦକ ସନ୍ତୋଷ ପଟେଲ,ଅଶ୍ବିନୀ ପଟେଲ,ସଂପାଦକ ସନ୍ତୋଷ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ  ।

0
0
0
s2sdefault