ନୂଆଦିଲ୍ଲୀ (ଶାସକ ପ୍ରଶାସକ ) : ଜେଇଇ ମେନ ୨୦୨୧ ପ୍ରଥମ ସାଇକଲ ଫେବୃଆରୀ ୨୩ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ପରୀକ୍ଷା ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ | କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ନିଶଙ୍କ ଜେଇଇ ମେନ ୨୦୨୧ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ ଜେଇଇ ମେନ ୨୦୨୧ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ୍ ଏବଂ ମେ ରେ ଚାରିଥର ଅନୁଷ୍ଠିତ ହେବ | ପ୍ରଥମ ଚକ୍ର ବା ସାଇକଲ ଫେବୃଆରୀ 23 ରୁ 26 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ |