ମାଲକାନଗିରି (ବି ଶ୍ରୀନିବାସ ପାତ୍ର): ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ଓ ଓଡିଶା ମୋ ପରିବାର ଅଧକ୍ଷ ଶ୍ରୀ ଅରୁପ ପଟନାୟକଙ୍କ ଆହ୍ୱାନ କ୍ରମେ , ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ମାଲକାନଗିରି ଜିଲ୍ଲା ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସଭାପତି ତଥା ମାନ୍ୟବର ବିଧାୟକ ଚିତ୍ରକୋଣ୍ଡା ଶ୍ରୀଯୁକ୍ତ ପୂର୍ଣ ଚନ୍ଦ୍ର ବାକାଙ୍କ ନେତୃତ୍ୱରେ ଓ ମାନ୍ୟବର ପୂର୍ବତନ ବିଧାୟକ ମାଲକାନଗିରି ତଥା ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ମାନସ ମାଡକାମୀ ଓ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ସହଯୋଗ କ୍ରମେ ଆଜି ମାଲକାନଗିରି ସ୍ଥିତ ନଗର ଭବନ ଠାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାର ବରିଷ୍ଠ ନେତୃ ମଣ୍ଡଳୀ ତଥା ମହିଳା, ଯୁବ ଓ ଛାତ୍ର ସଂଗଠନର ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ନେଇ " ଜୀବନ ବିନ୍ଦୁ "କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ରାଜ୍ୟ
ମାଲକାନଗିରିରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 239