ଭୁବନେଶ୍ୱର/ରାୟଗଡ଼ା: କର୍ମଚାରୀମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଲାଗି ନିରନ୍ତର ଉଦ୍ୟମ ସ୍ୱରୂପ ଉତ୍କଳ ଆଲୁମିନା ପକ୍ଷରୁ ଏକ ହାଇ ଭୋଲଟେଜ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ନିକଟରେ ଆୟୋଜିତ ହୋଇଯାଇଛି । ସମସ୍ତ କୋଭିଡ୍ ଗାଇଡଲାଇନ ଅନୁପାଳନ ପୂର୍ବକ ନୂଆପଡ଼ା ଟାଉନସିପରେ ସମ୍ପୂର୍ଣ୍ଣ ସୁବିଧା ଥିବା ଏକ ଇନ୍ଡୋର୍ କୋର୍ଟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା । ପ୍ରତ୍ୟକ୍ଷ ଉପସ୍ଥିତିକୁ ଏଡ଼ାଇବା ଲାଗି ଅନଲାଇନରେ ଏହି ହାଇ ଭୋଲଟେଜ୍ ମ୍ୟାଚର ସିଧା ପ୍ରସାରଣ କରାଯାଇଥିଲା ।
ୟୁନିଟ୍ ମୁଖ୍ୟ ଶ୍ରୀ ମଜହର ବୈଗ୍ ୨୦୨୦ ଡିସେମ୍ବର ୬ରେ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଏହି ସାତଦିନିଆ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ, ଡବଲ୍ ଓ ମିକ୍ସଡ୍ ଭଳି ବିଭିନ୍ନ ବୟସ ବର୍ଗର ଉଭୟ ପୁରୁଷ ଓ ମହିଳାଙ୍କୁ ନେଇ ୧୨୦ରୁ ଅଧିକ ଖେଳାଳୀ ବିଭିନ୍ନ ବର୍ଗରେ ଖେଳରେ ଅଂଶଗ୍ରହଣ କରିଥିଲେ ।
୨୦୨୦ ଡିସେମ୍ବର ୧୩ରେ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୟୁନିଟ୍ ମୁଖ୍ୟ ଶ୍ରୀ ମଜହର ବୈଗ୍ ଓ ଶ୍ରୀମତୀ ହିନା ବୈଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ବୈଗ ଆୟୋଜକ କମିଟିର ଉଦ୍ୟମକୁ ପ୍ରଶଂସା କରିଥିଲେ ଏବଂ ଅଂଶଗ୍ରହଣ କରିବା ଓ ଉତ୍କଳରେ ଖେଳ ଭାବକୁ ବଜାୟ ରଖିବା ଲାଗି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।
ଟୁର୍ଣ୍ଣାମେଣ୍ଟର ବିଜେତାମାନେ ହେଲେ - ଦୀପକ ରାଉତ- ପୁରୁଷ ସିଙ୍ଗଲ (ଏକକ) ଓ ପ୍ରାପ୍ତବୟସ୍କ ବର୍ଗର ଶ୍ରେଷ୍ଠ ଖେଳାଳୀ, ସ୍ନେହାଶିଷ ଭତ୍ରା-ଶିଶୁ ବର୍ଗର ଶ୍ରେଷ୍ଠ ଖେଳାଳୀ,ମିନାକ୍ଷୀ ଦାସ-ପ୍ରାପ୍ତବୟସ୍କ ବର୍ଗର ମହିଳା ସିଙ୍ଗଲ୍ (ଏକକ), ଜାସ୍ମିନ ନାଏକ ଓ ହ୍ରିଦି ଶର୍ମା-ଦୁଇ ବୟସ ବର୍ଗରେ ବାଳିକା ଏକକ ଶିଶୁ ବର୍ଗ, ସମ୍ଭବ ମହାପାତ୍ର ଓ ହିମାଂଶୁ ଶେଖର ସାହୁ-ଦୁଇ ବୟସ ବର୍ଗରେ ବାଳକ ଏକକ ଶିଶୁ ବର୍ଗ, ଅମ୍ବରିଶ ପଣ୍ଡା ଓ ପୁଲସ୍ତି ସାହୁ-ପୁରୁଷ ଯୁଗଳ (ଡବଲ୍) ପ୍ରାପ୍ତବୟସ୍କ ବର୍ଗ, ଦେଓ ରଂଜନ ନାଏକ ଓ ଜାସ୍ମିନ ନାଏକ-ମିଶ୍ରିତ ଯୁଗମ (ମିକ୍ସଡ ଡବଲ୍) ।