ହେଡଲାଇନସ୍:

କେମିତି ନିଷ୍ଠୁର ଆଉ କେତେ ବର୍ବର ଏ ଜନ୍ମକଲା ମା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଅଖାରେ ଭର୍ତ୍ତି ହୋଇଥିବା ଦୁଇ ଦିନର ଶିଶୁ କନ୍ୟା ଉଦ୍ଧାର, ଚିକିତ୍ସା ନିମନ୍ତେ ଏସଏନସିୟୁରେ ଭର୍ତ୍ତି 

ବାରିପଦା(ଦିଲ୍ଲୀପ ମହାନ୍ତି )- ନିଷ୍ଠୁର  ଓ ପାଶାଣୀ ପାଲଟିଲା ମା’ । କେମିତି ନିଷ୍ଠୁର ଆଉ କେତେ ବର୍ବର ସେ  !! ମା’ର ମମତାରେ ଲଗାଇଲା କଳଙ୍କର ଛିଟା । ୯ ମାସ ଗର୍ଭରେ ଧାରଣ କରି ଦୁଃଖ ଯନ୍ତ୍ରଣାକୁ ସହି ଜନ୍ମ ଦେଇଥିବା ୨ ଦିନର ଶିଶୁ କନ୍ୟାକୁ ଶେଷରେ ଅଖାରେ ଭର୍ତ୍ତି କରି ଏକ ପୋଲର ଖମ୍ବରେ ଝୁଲାଇ ଦେବା ଭଳି ଦୁଃଖ ଦାୟକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷଦରେ । 

ଖବରର ବିବରଣୀରୁ ପ୍ରକାଶ, ଆଜି ସକାଳ ସମୟରେ ମଧୁବନ ବାରୁଣୀଘାଟ ଶ୍ମଶାନ ନିକଟ ପୋଲର ଖମ୍ବରେ ଝୁଲନ୍ତା ଏକ ପ୍ଲାଷ୍ଟିକ ଅଖା ଭିତରେ ଜୀବନ୍ତ ଶିଶୁ କନ୍ୟାକୁ ସ୍ଥାନୀୟ ଜନସାଧାରଣ ଦେଖିବାକୁ ପାଇ ଚାଇଲ୍ଡ ହେଲ୍ପ ଲାଇନକୁ ଖବର ଦେଇଥିଲେ । ଚାଇଲ୍ଡ ଲାଇନ ଓ ୱାନ ଷ୍ଟପ୍ ସେଣ୍ଡରର କର୍ମୀମାନେ ଘଟଣାସ୍ଥଳରେ ପହଁଞ୍ଚି ବାରିପଦା ଟାଉନ ଥାନା ପୁଲିସ ସହାୟତାରେ ଶିଶୁ କନ୍ୟାକୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ବାରିପଦା ପିଆରଏମ ଏସଏନସିୟୁ ସେଣ୍ଟରରେ ଭର୍ତ୍ତି କରାଇଥିଲେ । ସେଠାରେ ଶିଶୁ କନ୍ୟାକୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯିବା ପରେ ତାର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବାର ଜଣାପଡ଼ିଛି । 

 

0
0
0
s2sdefault