ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) -ଆଜି ବ୍ଲକ ଶିକ୍ଷା ଅଧିକାରୀ ରେଢ଼ାଖୋଲଙ୍କ କାର୍ଯ୍ୟାଳୟଠାରେ ଶିଶୁ ସୁରକ୍ଷା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ଏହି ଶିବିରରେ ୩୬ ଜଣ ଶିକ୍ଷକ ଓ ୧୫ ଜଣ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ , ଗ୍ରାମାଞ୍ଚଳର କିଶୋରୀ ବାଳିକା ଓ କିଶୋର ବାଳକ ମାନଙ୍କୁ ତାଙ୍କର ଜୀବନ ଶୈଳୀ ଶିକ୍ଷା ସହିତ ଶିଶୁ ମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନା ରୋକିବା ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା l ଏଥିରେ ଶିଶୁ ମାନଙ୍କ ଅଧିକାର, ଯତ୍ନ , ସୁରକ୍ଷା , କିଶୋର ନ୍ୟାୟ ଆଇନ୍ , pocso act , ଶିଶୁ ନିର୍ଯାତନା ବିଷୟରେ ତାଲିମ ଦିଆଯାଇଥିଲା l ବ୍ଲକ ଶିକ୍ଷା ଅଧିକାରୀ ଓ ସହ ବ୍ଲକ ଶିକ୍ଷା ଅଧିକାରୀ ଅତିଥି ଭାବରେ ଯୋଗଦେଇଥିବା ବେଳେ ଚାଇଲ୍ଡ ଲାଇନର ଜ୍ୟୋତି ଶତପଥୀ , ଯଦୁମଣି କୁମ୍ଭାର , ରାମେଶ୍ବର ଭୋଇ ପ୍ରଶିକ୍ଷିଣ ଦେଇଥିଲେ ଓ ସଞୟ ସାଗର ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ରାଜ୍ୟ
ଶିଶୁ ସୁରକ୍ଷା ସମ୍ବନ୍ଧରେ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟିକୁ ପ୍ରଶିକ୍ଷଣ ।
- Hits: 220