ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ମୋହନା ଠାରେ ଦେୱାନି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ମାନ୍ୟବର ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ଶୁଭ ଉଦଘାଟନ ହୋଇଯାଇଛି ।
କୋର୍ଟ ବିଲଡିଂକୁ ଉଦଘାଟନ କରି ଜଷ୍ଟିସ ପାଣିଗ୍ରାହୀ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ , ଆଦିବାସୀ ବହୁଳ ଏହି ମୋହନା ଓ ପାଖାପାଖି ଅଞ୍ଚଳରେ ବିଭିନ୍ନ ପ୍ରକାରର ମକଦ୍ଦମା ସବୁ ଆସୁଛି , ଏହି କୋର୍ଟ ସମାୟାନୁଯାୟୀ ମକଦ୍ଦମା ଗୁଡିକର ତ୍ୱରିତ ଫଇସଲା କରି ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୁରଣ କରି ଉଚିତ ନ୍ୟାୟ ପ୍ରଦାନ କରିବାରେ ବିଶେଷ ସହାୟକ ହେବ। ଏହାଦ୍ୱାରା ନ୍ୟାୟିକ ପ୍ରକ୍ରିୟା ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚି ପାରିବ । ଏହି କୋର୍ଟ ମୋହନା ଅଞ୍ଚଳବାସୀଙ୍କ ପାଇଁ ଏକ ନ୍ୟାୟିକ ତଥା ଜୁଡିସିଆଲ ମନ୍ଦିର । ଏହାଦ୍ୱାରା ଅଞ୍ଚଳବାସୀ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ଓ ଦୌରାଜର୍ଜ ଶ୍ରୀ ବିଶ୍ଵଜିତ ଦାସ , ଜିଲ୍ଲା କୋର୍ଟ ରେଜିଷ୍ଟ୍ରାର ଶ୍ରୀମତୀ ଶୁଭଶ୍ରୀ ପ୍ରଧାନ , ମୋହନା କୋର୍ଟର ଜେଏମଏଫସି ଶ୍ରୀ ବନିଲ କୁମାର ଖଟେଇ, ଅନନ୍ୟା ଦାସ , ଗଜପତି ଏସପି: ଶ୍ରୀ ତପନ କୁମାର ପଟ୍ଟନାୟକ , ଏଏସପି: ଶ୍ରୀ ସୀତାରମ ଶତପଥୀ , ଡିଏଫଓ:- ଶ୍ରୀ ସଂଗ୍ରାମ ବେହେରା , ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଆଇଟିଡିଏ: ପ୍ରକଳ୍ପ ଶ୍ରୀ ସରୋଜ କୁମାର ବେହେରା , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ବିଡ଼ିଓ(ମୋହନା-ଆର:ଉଦୟଗିରି) ଶ୍ରୀ ପ୍ରଦୀପ ନାୟକ , ତହସିଲଦାର ସଂଘମିତ୍ରା ଦେବୀ , ଆରଡି:-ନିର୍ବାହୀଯନ୍ତ୍ରୀ ଇଂ ଶ୍ରୀଧର ନାୟକ ସମେତ ବହୁ ସଂଖ୍ୟାରେ ଆଇନଜୀବୀ ଓ ବହୁ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।