ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ନବ ଭାରତ ସାକ୍ଷରତା ସଚେତନତା ସଭା - ଉଲ୍ଲାସ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୮.୦୯.୨୦୨୫/ସୁମନ୍ତ କୁମାର ଦାସ:ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁରଠାରେ ଜିଲ୍ଲା ସ୍ତରୀୟ ନବ ଭାରତ ସାକ୍ଷରତା ସଚେତନତା ସଭା - ଉଲ୍ଲାସ ଆୟୋଜିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପରେଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୦ ଜଣ ମାଧ୍ୟମିକ ଶିକ୍ଷକ, ୫୬ ଜନ ପ୍ରାଥମିକ ଶିକ୍ଷକ ଓ ଡାଏଟ, ଜଗତ୍ସିଂହପୁର ୪ ଅଧ୍ୟାପକ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ଜିଲ୍ଲା ନୋଡାଲ ଅଧିକାରୀ ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ମହାନ୍ତି ଉଲ୍ଲାସ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଓ ଜିଲ୍ଲାରେ ଏହା କିପରି କାର୍ଯ୍ୟକାରୀ ହେବ ତାହା ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ଓ ରଘୁନାଥପୁରର ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ବ୍ଲକ୍ ନୋଡାଲ ଅଧିକାରୀ ଭାବରେ ଯୋଗଦାନ କରିଥିଲେ।

0
0
0
s2sdefault