ହେଡଲାଇନସ୍:

ଗବେଷକ ଦୁର୍ଗାଶିଷ ପଟ୍ଟନାୟକଙ୍କ ପିଏଚ୍.ଡି ଲାଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦ୍ମପୁର : :ଦୁର୍ଗାଶିଷ ପଟ୍ଟନାୟକ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜ୍ୟୋତିବିହାର, ବୁର୍ଲା ପକ୍ଷରୁ ଓଡ଼ିଆରେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରାପ୍ତ କରିଛନ୍ତି । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ଶୁକମୁନି ମେହେରଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଗବେଷଣା କାର୍ଯ୍ୟ କରୁଥିଲେ । ତାଙ୍କ "କଥାଶିଳ୍ପୀ ଡ. ଅର୍ଚ୍ଚନା ନାୟକଙ୍କ ଗଳ୍ପସମଗ୍ର : ଏକ ଅନୁଶୀଳନ" ଶୀର୍ଷକ ମହାନିବନ୍ଧଟି ବାହ୍ୟ ପରୀକ୍ଷକ ପ୍ରଫେସର ସବିତା ପ୍ରଧାନ (ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ବିଶ୍ୱଭାରତୀ, ଶାନ୍ତି ନିକେତନ, କୋଲକାତା) ଓ ଅନ୍ୟତମ ବାହ୍ୟ ପରୀକ୍ଷକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର (ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ଫକୀରମୋହନ ବିଶ୍ୱବିଦ୍ୟାଳୟ)ଙ୍କ ଦ୍ୱାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା ।
ପଦ୍ମପୁର, ଜି.ବରଗଡ଼ ନିବାସୀ ଡକ୍ଟର ଦୁର୍ଗାଶିଷ ପଟ୍ଟନାୟକ ବର୍ତ୍ତମାନ ଦଧିବାମନ ମହାବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି । ଏହି ସଫଳତା ପଛରେ ତାଙ୍କ ମାତା ସୀମନ୍ତିନୀ ସୁଷମା ପଟ୍ଟନାୟକ ଓ ପିତା ସ୍ୱର୍ଗତ ରୋହିତ କୁମାର ପଟ୍ଟନାୟକଙ୍କ ପ୍ରେରଣା ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସେ ତାଙ୍କ ମାର୍ଗଦର୍ଶକ, ପରିବାର, ଶିକ୍ଷକ,ଗୁରୁଜନ, ଆତ୍ମୀୟ ସ୍ୱଜନ ଓ ବନ୍ଧୁମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛନ୍ତି ।

0
0
0
s2sdefault