ହେଡଲାଇନସ୍:

କଟନି ଛଟନିକୁ ଚାଷିଙ୍କ ବିରୋଧ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-   ବର୍ତ୍ତମାନ ସମଗ୍ର ସମ୍ବଲପୁର ଜିଲ୍ଲା ରେ  ଏମଏସପି , ଟୋକନ ର ଅବ୍ୟବସ୍ଥା ସହ  କଟନି ଛଟନି ସମସ୍ୟା ରେ ଚାଷି ଛନ୍ଦି ହୋଇ ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି । ବିଶେଷ କରି ଜିଲ୍ଲା ର ବିଭିନ୍ନ ମଣ୍ଡିରେ ଧାନସଂଗ୍ରହ ରେ ସମସ୍ୟା ଦେଖାଦେବା ସହ ମିଲର୍ସ ବି ନାନା ବାହାନା ଦେଖାଇ କଟନି ଛଟନି କରିବା ଯୋଗୁଁ ଚାଷି ବେଶ କ୍ଷତି ର ସମ୍ମୁଖୀନ ହେଉଛନ୍ତି । ଚାଷୀ ଙ୍କ ଧାନକୁ   ମିଲର ମାନେ କଟନି ଛଟନି କରି  ପ୍ରତି କୁଇଣ୍ଟାଲରେ ୬କେଜି ରୁ ୭କେଜି  କାଟୁଥିବା ଅଭିଯୋଗ କରିଛନ୍ତି ଚାଷି । ଏହାର ପ୍ରତିବାଦରେ ଆଜି ଜିଲ୍ଲା ର ଧନକଉଡା ବ୍ଳକର ବିଶାଳଖିଣ୍ଡା ଅଞ୍ଚଳର  ଚାଷୀ ମାନେ ସମ୍ବଲପୁର ସମବାୟ ସମିତିର ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ। ଦୀର୍ଘ ସମୟ ଧରି ଚାଷୀ ମାନେ ଆଲୋଚନା କରିଥିଲେ ମଧ୍ୟ କେବଳ ଚାଷୀ ଆଶ୍ୱାସନା ପାଇଥିଲେ । ଏଥିସହ  ବିଶାଳଖିଣ୍ଡା ର ଚାଷି ଅଭିଯୋଗ କରିଛନ୍ତି ଯେ ମିଲରସ ଓ ଜିଲ୍ଲା ପ୍ରଶାସନ କଟନୀ ଛଟନୀ କୁ ନେଇ ମଧୁଚନ୍ଦ୍ରିକା କରୁଛନ୍ତି। ଗୋଟିଏ କୁଇଣ୍ଟାଲ ରେ 7 ରୁ 8 kg କଟନୀ ଛଟନୀ କରୁଛନ୍ତି ମିଲରସ ।ସେଥିପାଇଁ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା  ଅଭିଯୋଗ କରିଛନ୍ତି  ବିଶାଳଖିଣ୍ଡାର ଚାଷୀ। 

0
0
0
s2sdefault