ହେଡଲାଇନସ୍:

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସୋଆ ଗବେଷକ ପ୍ରଫେସର ଶୁକ୍ଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଗବେଷକ ପ୍ରଫେସର ଲାଲା ବିହାରୀ ଶୁକ୍ଲାଙ୍କ ନାମ ଆମେରିକାର ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛି । 

ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିଷୟବସ୍ତୁ ଆଧାରରେ ବିଶ୍ଳେଷଣ କରାଯାଇ ପ୍ରକାଶ କରାଯାଇଥିବା ତାଲିକାରେ ସୋଆର ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଂ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଥିବା ପ୍ରଫେସର ଶୁକ୍ଲା ମାଇନିଂ ଆଣ୍ଡ ମେଟାଲର୍ଜି ଗବେଷଣା କ୍ଷେତ୍ରରେ ବିଶ୍ୱରେ ୩୨୮ ତମ ସ୍ଥାନରେ ସ୍ଥାନୀତ ହାସଲ ହୋଇଛନ୍ତି । 

ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ମାନଙ୍କ ଦ୍ୱାରା ମାନଯୁକ୍ତ ସନ୍ଦର୍ଭ ଆଧାର ଯେପରିକି ସନ୍ଦର୍ଭ ସମ୍ପର୍କିତ ସୂଚନା, ଏଚ୍-ଇଣ୍ଡେକ୍ସ, କୋ-ଅଥରସିପ୍ ଏବଂ ସମଗ୍ର ସୂଚକକୁ ଆଧାର କରି ଏହି ବିଶ୍ଳେଷଣ କରାଯାଇ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ  ବୈଜ୍ଞାନିକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । 

ନେଚର୍ ପବ୍ଲିସିଙ୍ଗ୍ ଗ୍ରୁପ୍ ଦ୍ୱାରା ପ୍ରକାଶ ପାଉଥିବା ସାଇନ୍ଟିଫିକ୍ ରିପୋର୍ଟ ନାମକ ଏକ ଜର୍ଣ୍ଣାଲର  ସେ ସଂପାଦକୀୟ ବୋର୍ଡର ସଦସ୍ୟ ଅଛନ୍ତି । ବାୟୋମିନେରାଲ୍ ପ୍ରୋସେସିଙ୍ଗ୍ ଏବଂ ହାଇଡ୍ରୋମେଟାଲର୍ଜି ସମ୍ପର୍କିତ ଗବେଷଣା କ୍ଷେତ୍ରରେ ତାଙ୍କର ୪୪ ବର୍ଷର ଅଭିଜ୍ଞତା ରହିଛି । ପୂର୍ବରୁ ସେ ସିଏସ୍ଆଇଆରର ଏମିରିଟସ୍ ସାନ୍ଟିଫିଷ୍ଟ ଏବଂ ନୂଆଦିଲ୍ଳୀସ୍ଥିତ ଏକାଡେମୀ ଅଫ୍ ସାଇନ୍ଟିଫିକ୍ ଆଣ୍ଡ ଇନୋଭେଟିଭ୍ ରିସର୍ଚ୍ଚ (ଏସିଏସ୍ଆଇଆର୍) ର ଏମିରଟ୍ସ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇଛନ୍ତି । 

ସେ ମଧ୍ୟ ଭୁବନେଶ୍ୱର ସ୍ଥିତ ସିଏସ୍ଆଇଆର୍ - ଆଇଏମ୍ଏମ୍ଟିର ମୁଖ୍ୟ ବୈଜ୍ଞାନିକ ଏବଂ ବାୟୋ-ରିସୋର୍ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଫେସର ଶୁକ୍ଲାଙ୍କର ଆନ୍ତର୍ଜାତୀୟ ଓ ଜାତୀୟ ଜର୍ନାଲଗୁଡ଼ିକରେ ୨୨୬ଟି ପେପର୍ ପ୍ରକାଶିତ ହୋଇଥିବା ବେଳେ ତାଙ୍କ ନାମରେ ୧୦ଟି ପ୍ୟାଟେନ୍ଟ ରହିଛି ।  ସେ ୫ଟି ପୁସ୍ତକର ମଧ୍ୟ ରଚୟିତା ।  

 

0
0
0
s2sdefault