-
ବେସରକାରୀ ବେଆଇନ/ନକଲି ସ୍କୁଲ ବନ୍ଦ କରିବା ପାଇଁ ହେଉ କଠୋର କାର୍ଯ୍ୟାନୁଷ୍ଠାନ
-
ଜିଲ୍ଲା ସ୍କୁଲ ମିଶ୍ରଣ କମିଟିରେ ଲୋକ ପ୍ରତିନିଧି, ଅଭିଭାବକ ମହାସଂଘ ଓ ଗ୍ରାମ୍ୟ କମିଟିଙ୍କୁ ନେଇ ଆଲୋଚନା କରାଯାଉ
ବଲାଙ୍ଗୀର(ନିରୋଜ ମିଶ୍ର) : ସର୍ବଦଳୀୟ ବୈଠକ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୫ ଓ ୨୦ ରୁ କମ ଛାତ୍ର ଓ ଛାତ୍ରୀ ଥିବା ୭୭୭୨ ରୁ ଉର୍ଦ୍ଧ ଚାଲୁଥିବା ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି l ଏହାକୁ ବିରୋଧ କରି ସର୍ବ ଦଳୀୟ ବୈଠକରେ ନିଅlଯାଇଥିବା ନିଷ୍ପତିକୁ ତୁରନ୍ତ ମାନିନେବା ପାଇଁ ଓଡିଶା ଅଭିଭାବକ ମହାସଂଘ ସାରା ଓଡ଼ିଶାରେ ଦାବି କରିଛି | ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଏହି ଦାବି ଦୋହରେଇଛନ୍ତି l ସରକାର ଓ ଜିଲ୍ଲା ସ୍ତରୀୟ ଶିକ୍ଷା ଅଧିକାରୀ ମାନେ ତୁରନ୍ତ ପ୍ରତ୍ୟେକ ସ୍କୁଲ ବନ୍ଦ ହେବାର କାରଣ ସହ ଏକ ରିପୋର୍ଟ ପ୍ରଦାନ କରନ୍ତୁ ବୋଲି ଶ୍ରୀ ଭତ୍ତା ଦାବି କରିଛନ୍ତି |
ମହାସଂଘ ପକ୍ଷରୁ ରଖାଯାଇଥିବା ଦାବି ଗୁଡିକ ମଧ୍ୟରେ ପ୍ରଥମତଃ ସର୍ବଦଳୀୟ ବୈଠକର ନିଷ୍ପତି ଅନୁସାରେ ଏବେ ସରକାରୀ ସ୍କୁଲ ବନ୍ଦ ନିସ୍ପତିକୁ ସ୍ଥଗିତ ରଖାଯାଉ । ଦ୍ବିତୀୟତଃ ପ୍ରାୟ ୮୦୦୦ -୧୦୦୦୦ ନକଲି ଵା ବେଆଇନ ଭାବେ ଚାଲୁଥିବା ବିନା ସ୍ୱୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ବନ୍ଦ କରନ୍ତୁ ଓ ନକଲି ସ୍କୁଲ ମାଲିକଙ୍କ ବିରୁଦ୍ଧରେ FIR ଦିଆଯାଇ ଗିରଫ କରାଗଲେ ଆଉ ନୂଆ ସ୍କୁଲ ବେଆଇନ ଭାବେ ଚାଲି ପାରିବ ନାହିଁ | ତୃତୀୟତଃ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ମିଶ୍ରଣ କମିଟି-District Level School Consolidation Committee(DLSCC) କୁ ପୁନର୍ଗଠନ କରାଯାଇ ସାଂସଦ, ବିଧାୟକ, ପଂଚାୟତି ରାଜ ନିର୍ବାଚିତ ଜଣ ପ୍ରତିନିଧି, ଶିକ୍ଷାବିତ ଓ ଅଭିଭାବକ ମହାସଂଘ ପରି ସଂଘ ମାନଙ୍କୁ ନିଆଯାଉ l ଚତୁର୍ଥତଃ ସାଂପ୍ରତିକ ସ୍କୁଲ ବନ୍ଦର ବିକଳ୍ପ କଣ ହୋଇପାରିବ ତାର ଏକ ରୂପରେଖ ପ୍ରସ୍ତୁତି ପାଇଁ ବିଶିଷ୍ଟ ଶିକ୍ଷାବିତ, ବିଶେଷଜ୍ଞ ଓ ଅଭିଭାବକ ମାନଙ୍କୁ ନେଇ ଏକ ପରାମର୍ଶ ସଭା ଆୟୋଜିତ କରାଯିବ ଓ ସରକାରଙ୍କ ପକ୍ଷରୁ ତୁରନ୍ତ ସବୁ ରାଜନୈତିକ ଦଳ ଏବଂ ଶିକ୍ଷା ଉପରେ କମକରୁଥିବା ବିଭିନ୍ନ ସଂଗଠନ ଗୁଡିକୁ ଡାକି ଏକ ପରାମର୍ଶ ସଭା ଆୟୋଜନ କରନ୍ତୁ l ସ୍କୁଲ ବନ୍ଦର କାରଣ ଖୋଜିବା ସହ ଏକ ସମ୍ପିର୍ଣ ରିପୋର୍ଟ ଜନସାଧାରଣ ଙ୍କୁ ଜଣାଯାଉ l ଏହି ଚାରିଗୋଟି ପ୍ରସ୍ତାବ ଗ୍ରହଣ କରିଲେ ସବୁ ସ୍କୁଲକୁ ନ୍ୟାୟ ମିଳିପାରିବ | ନକଲେ ଓଡିଶା ଅଭିଭାବକ ମହାସଂଘ ଓଡ଼ିଶାର ଶିକ୍ଷାର ସୁରକ୍ଷା ଏବଂ ପ୍ରସାର ପାଇଁ ରାଜନୈତିକ ଦଳ, ସାମାଜିକ ସଂଗଠନ, ଶିକ୍ଷକ ସଂଗଠନ ଇତ୍ୟାଦିଙ୍କୁ ନେଇ ଏକ ବ୍ୟାପକ ମଂଚ, ଶିକ୍ଷା ବଞ୍ଚାଆ ଅଭିଯାନ ଆରମ୍ଭ କରି ରାଜ୍ୟ ସାରା ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି ବୋଲି ଶ୍ରୀ ଭଟ୍ଟ ଚେତାବନୀ ଦେଇଛନ୍ତି | ବନ୍ଦ ହେବାକୁ ଥିବା ସମସ୍ତ ସ୍କୁଲର ଅଭିଭାବକ ମଣ୍ଡଳୀ ମାନଙ୍କୁ ସ୍କୁଲ ବନ୍ଦ ପ୍ରତିବାଦରେ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇବାକୁ ଅନୁରୋଧ କରାଯାଉଛି। ତାପରେ ପ୍ରତି ଜିଲ୍ଲାରେ ସ୍କୁଲ ବନ୍ଦ ପ୍ରତିବାଦରେ ସମ୍ମିଳନୀମାନ ସବୁ ରାଜନୈତିକ ଦଳ, ଶିକ୍ଷକ ସଂଘ ଓ ଗଣ ସଂଘଠନ ମାନଙ୍କୁ ନେଇ ଅନୁଷ୍ଠିତ ହେବ, ଆନ୍ଦୋଳନକୁ ବ୍ୟାପକ କରିବାକୁ ହେଲେ ମହାସଂଘ ଅନ୍ୟ ସଂଘଠନ ମାନଙ୍କୁ ଏକାଠି ହେବାକୁ ଅଭିଭକ ମହାସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି l
ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ଶ୍ରୀ ବାସୁଦେବ ଭଟ୍ଟ ଓ ସହ-ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ଆଜି ବଲାଙ୍ଗୀର ଆସି ଅଭିଭାବକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ବଲାଙ୍ଗୀର ଜିଲ୍ଲା ମଧ୍ୟରେ ବନ୍ଦ ହେଉଥିବା କିଛି ସ୍କୁଲ କୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ l ଅନୁଧ୍ୟାନ ସମୟରେ ଜିଲ୍ଲାରେ ଶ୍ରମିକ ମାନେ ଦାଦନ ଯାଉଥିବା ହେତୁ ବହୁ ପିଲା ସ୍କୁଲ ଯାଉନଥବା ଜଣା ପଡିଲା ଓ ବହୁ ପିଲା ସେହି ଅଂଚଳରେ ଘର ଓ ଗୃହ ପାଳିତ ପଶୁଙ୍କୁ ଜଗାରଖା କରିଥିବାରୁ, ଅଭିଭାବକ ମାନେ ସେମାନଙ୍କୁ ଦିନରେ ଦାଇତ୍ୱ ଦେଇ କାମକୁ ଯିବାଦ୍ୱାରା ପିଲାମାନେ ପାଠ ଛାଡ଼ୁଛନ୍ତି l ଜିଲ୍ଲା ଶିକ୍ଷା କ୍ଷେତ୍ରରେ ବହୁ ପଛୁଆ ଥିବା ସ୍ଥଳେ ଏହି ସ୍କୁଲ ଗୁଡିକ ବନ୍ଦ ହେଲେ ପିଲାମାନେ ଦୂର ସ୍କୁଲକୁ ନ ଯାଇ ପାଠ ପଢ଼ା ଛାଡ଼ିଦେବେ l ପୁଇଁତଳା ବ୍ଲକ ଝାର ବଲାଙ୍ଗୀର ଓ ଭାଇସlପାଲି ଓ ଆଗଲପୁର ବ୍ଲକରେ ଅlମ୍ବଝରଣ, ବାଦୀପାଲି, ଯେମlପାଲି, ଖଲିଆପାଲି, ସ୍କୁଲ ଅନୁଧ୍ୟାନ ବେଳେ ଜଣାପଡିଲା କି ସଠିକ ତଥ୍ୟ ଉପସ୍ଥାପନା ହୋଇନି, ଅଭିଭାବକ ଓ ଏସ ଏମ ସି ସହ ଆଲୋଚନା ହୋଇନି, ସ୍କୁଲ ଗୁଡିକ ହାତୀ ଚଲାପଥ ଅଂଚଳ, ଚାରି ରୁ ପାଞ୍ଚ କିମି ଦୂର, ଆଦିବାସୀ ଓ ହରିଜନ ବହୁଳ, ବ୍ୟସ୍ତ ବହୁଳ ରାସ୍ତା ଅତିକ୍ରମଣ, ଜମି ଗହୀର ରାସ୍ତା, ଜଙ୍ଗଲ ଅଂଚଳ ଆଦି ଅନେକ ସମସ୍ୟା ସହ ସ୍କୁଲରେ ମିଶ୍ରଣକୁ ଗ୍ରାମ ବେଶୀ ମାନେ ବିରୋଧ କରୁଛନ୍ତି l ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଗଲା ବେଳେ ଜଣା ପଡିଲା, ବିନା ଆଲୋଚନାରେ ସ୍କୁଲ ବନ୍ଦ ହେବା କଥା ସତ l ଅଧକ୍ଷ୍ୟ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଜିଲ୍ଲାପାଳ ଚଞ୍ଚଳ ରlଣାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ପ୍ରଦାନ କରି ସର୍ବ ଦଳୀୟ ନିଷ୍ପତିକୁ ମାନି ନେବାକୁ ଅନୁରୋଧ କରିଥିଲେ, ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କୁ ବେଆଇନି ବେସରକାରୀ ବିଦ୍ୟାଳୟକୁ ସରକାରଙ୍କ ଚିଠି 17.07.20 ଅନୁସାରେ ବନ୍ଦକରିବାକୁ ଦାବି କରିଥିଲେ l ତେଣୁ ପ୍ରଥମେ ବେଆଇନ ସ୍କୁଲ ବନ୍ଦ କରି ପରେ ସରକାରୀ ସ୍କୁଲ ବନ୍ଦ କରିବାକୁ ପ୍ରଶାସନ ପାଖରେ ଦାବୀ କରିଛନ୍ତି l ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ ସରକାର ନିର୍ଦେଶ କେବଳ ପିଲାସଂଖ୍ୟା ଅନୁଯାଇ ସ୍କୁଲକୁ ବନ୍ଦ କରାଯାଇଥିବା ବେଳେ ଅନ୍ୟାନ୍ୟ କଥା ସରକାର ନିଷ୍ପତ୍ତି ନେବା ଆବଶ୍ୟକ l ଯଦି ଜିଲ୍ଲା ଶିକ୍ଷା ଅଧିକାରୀ 17.07.20 ଚିଠିକୁ କାର୍ଯ୍ୟକାରୀ କାରି ସବୁ ବେନିୟମ ଭାବେ ଚାଲିଥିବା ବେସରକାରୀ ବିଦ୍ୟାଳୟକୁ ବନ୍ଦ କରିଦେବେ ତାହେଲେ କିଛି ସରକାରୀ ବିଦ୍ୟାଳୟ ଚାଲପରିବ l ଗୁଣାତ୍ମକ ଶିକ୍ଷା ଅର୍ଥ ଏହି ଜିଲ୍ଲାରେ କିଛି ନାହିଁ l ଯଦି ଏବେ ସରକାରୀ ଶିକ୍ଷକ ପିଲାଙ୍କ ସହ ଦଶମ ପରୀକ୍ଷା ଦେବେ ତାହେଲେ ଅଧାରୁ ଅଧିକ ଫେଲ ହେବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଭଟ୍ଟ ପ୍ରକାଶ କରିଛନ୍ତି l ଶିକ୍ଷକ ମାନଙ୍କୁ ବର୍ତମାନ ପ୍ରଯୁକ୍ତି ବିଦ୍ୟା ବିଷୟରେ ପ୍ରଶିକ୍ଷଣ ଦେବାପାଇଁ ନବୀକରଣ କରିବାକୁ ସରକାର ତୁରନ୍ତ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି l ବାସୁଦେବ ଭଟ୍ଟ ଘୋଷଣା କରିଥିଲା l l ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ୍ୟଙ୍କ ସହ ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ, ଜିଲ୍ଲା ଆବାହକ ଚକ୍ରପାଣି ମିଶ୍ର, ପ୍ରାଦୁମ୍ନ ମିଶ୍ର, , ତ୍ରିଲୋଚନ ନନ୍ଦ,ସରପଞ୍ଚ ଗଣେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l