ଭୁବନେଶ୍ୱର,(ଶାସକ ପ୍ରଶାସକ): ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଅଭିବୃଦ୍ଧି ପ୍ରତି ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତିା ଶିକ୍ଷାନୁଷ୍ଠାନଗୁଡ଼ିକରେ ବୈଷୟିକ ବାତାବରଣରେ ଉନ୍ନତି ଆଣି ଶିକ୍ଷାଦାନ କ୍ଷେତ୍ରରେ ପ୍ରଭୂତ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିବାବେଳେ "ନାକ୍' ଦ୍ୱାରା ପ୍ରକାଶିତ "ଓଡ଼ିଶା ରିପୋର୍ଟ' ଆଧାରରେ ଓ ସୁପାରିଶରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ କରାଯିବ ଯେପରି ସେମାନେ ସହଜରେ "ନାକ୍' ମାନ୍ୟତା ହାସଲ କରିପାରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା ଆଜି ଅପରାହ୍ନରେ "ନାକ୍' ଦ୍ୱାରା ପ୍ରସ୍ତୁତ "ଓଡ଼ିଶା ରିପୋର୍ଟ' ପୁସ୍ତିକାକୁ ଶୁଭ ଉନ୍ମୋଚନ କରି ମନ୍ତ୍ରୀ ଡ. ସାହୁ କହିଲେ "ନାକ୍' ଆକ୍ରେଡିସନ୍ ପାଇବା ଦିଗରେ ରାଜ୍ୟ ସରକାର ତଥା ବିଭିନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି, ଯାହାର ସଦୁପଯୋଗ କରି ରାଜ୍ୟର ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନ "ନାକ୍' ମାନ୍ୟତା ହାସଲ କରିପାରିବୋ ଏଥି ପାଇଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ସ୍ୱତନ୍ତ୍ର ସେଲର ପ୍ରତିଷ୍ଠା କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲ |
ୟୁଜିସିର ଏକ ସ୍ୱୟଂ ଶାସିତ ସଂସ୍ଥା ଦ୍ୱାରା ରାଜ୍ୟର ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମ, ଶିକ୍ଷାଦାନ ପଦ୍ଧତି ଓ ଶିକ୍ଷା ଆହରଣ, ଗବେଷଣା ଓ ନୂତନ ଉଦ୍ଭାବନ , ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଓ ଶିକ୍ଷାଦାନର ଭିତ୍ତିଭୂମି ଏବଂ ଏହାର ପରିଚାଳନା ପଦ୍ଧତି ଓ ଶ୍ରେଷ୍ଠ କାର୍ଯ୍ୟାନ୍ୱୟନ ଆଦିକୁ ବିଚାର କରି ଏହି "ରିପୋର୍ଟ ପୁସ୍ତିକା' ପ୍ରକାଶ କରାଯାଇଛି | ଭାରତବର୍ଷରେ ଓଡ଼ିଶା ୧୪ତମ ରାଜ୍ୟ ଯାହାର "ନାକ୍' ଦ୍ୱାରା ରିପୋର୍ଟ ପୁସ୍ତିକା ପ୍ରକାଶକ କରାଯାଇଛିା "ନାକ୍' ଦ୍ୱାରା ପ୍ରତ୍ୟେକ ରାଜ୍ୟ ନିମନ୍ତେ ସ୍ୱତନ୍ତ୍ର ରିପୋର୍ଟ ପୁସ୍ତିକା ପ୍ରକାଶ କରାଯାଉଛିା ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ ଏହି ରିପୋର୍ଟ ପୁସ୍ତକା ଉନ୍ମୋଚନ ଅବସରରେ "ନାକ୍'ର ନିର୍ଦ୍ଦେଶକ ଡ. ଏସ୍.ସି ଶର୍ମା ଅଧ୍ୟକ୍ଷତା କରିଥିବାବେଳେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, "ନାକ୍'ର ଉପଦେଷ୍ଟା ପ୍ରଫେସର ଅମୀୟ କୁମାର ରଥ, "ନାକ୍'ର ରିସର୍ଚ୍ଚ ଏବଂ ଆସିଥିଲୋ ଶେଷରେ ଚାରୁସାଟର ପ୍ରଫେସର ହରେଶ କୁମାର ଜୟନ୍ତୀଲାଲ ଜାନି ଧନ୍ୟବାଦ ଅର୍ପଣ କରିଥିଲେ |