ହେଡଲାଇନସ୍:

ଉଠାଦୋକାନୀଙ୍କୁ ବିକ୍ରି ପାଇଁ ଅନୁମତି ଦାବିରେ ପୁଣି ତାତିଲେ ଉଠାଦୋକାନୀ ସଂଘ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - ସମ୍ବଲପୁର ସହରରେ ବିଭିନ୍ନ ଉଠାଦୋକାନ ଖୋଳି ନିଜର ଗୁଜୁରାଣ ମେଣ୍ଡାଉଥିବା ଉଠାଦୋକାନୀ ଙ୍କ ଉପରେ ଦାଉ ସାଜୁଛି ସମ୍ବଲପୁର ମହାନଗର ନିଗମ । ସହରରେ ବିଭିନ୍ନ ସ୍ଥାନରେ ଦୋକାନ ଲଗାଇଥିବା ଦୋକାନି ଙ୍କୁ ବାରମ୍ବାର ସ୍ଥାନାନ୍ତରିତ କରାଯିବା ଯୋଗୁଁ ତାଙ୍କର ବ୍ୟବସାୟ ଠପ ହେବା ସହ ସେମାନେ ସବୁ ଦୁର୍ଦ୍ଦିନ ରେ ଗତି କରୁଛନ୍ତି । ଏହାର ପ୍ରତିବାଦରେ ସବୁ ଉଠାଦୋକାନି ମହାନଗର କାଯ୍ୟାଲୟ ଘେରାଉ କରିବା ସହ ତାଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି ।

ସମ୍ବଲପୁର ମହାନଗର ନିଗମ ଆଗରେ ସମ୍ବଲପୁର ଉଠାଦୋକାନୀ ଙ୍କ ପ୍ରତିବାଦ , ବାରମ୍ବାର ଦୋକାନ ଲଗାଇଥିବା ଉଠାଦୋକାନୀ ଙ୍କୁ ସ୍ଥାନାନ୍ତରିତ କରି ହଇରାଣ କରୁଛି ସମ୍ବଲପୁର ମହାନଗର ନିଗମ । ଏଭଲି କିଛି ଅଭିଯୋଗ କରି ସମ୍ବଲପୁର ଉଠାଦୋକାନୀ ସଂଘର ସତାଧିକ ସଭ୍ୟ ସମ୍ବଲପୁର ମହାନଗରନିଗମ ଆଗରେ ଏକତ୍ରିତ ହୋଇ ପ୍ରତିବାଦ କରିଛନ୍ତି । ଏଥିସହ ମହାନଗର ନିଗମ କମିସନର ଙ୍କୁ ସାକ୍ଷାତ କରିବା ସହ ଉଠାଦୋକାନୀ ଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ମହାନଗର ନିଗମ ଉଠାଦୋକାନି ଙ୍କ ବ୍ୟବସାୟ କରିବା ପାଇଁ ସ୍ଥାୟୀ ଭେଣ୍ଡିଙ୍ଗ ଯୋନ ଦେବା ରେ ବର୍ତ୍ତମାନ ସୁଦ୍ଦା ସକ୍ଷମ ହୋଇନଥିବା ବେଲେ ଉଠାଦୋକାନୀ ଙ୍କୁ ବାରମ୍ବାର ଦୋକାନ ଲଗାଇଥିବା ସ୍ଥାନରୁ ହଟାଇ ତାଙ୍କ ପେଟରେ ଲାତ ମାରୁଛି ବୋଲି ଅଭିଯୋଗ କରିଛି ସମ୍ବଲପୁର ଉଠାଦୋକାନୀ ସଂଘ ।

ସମ୍ବଲପୁର ମହାନଗର ନିଗମ କମିସନର ଙ୍କୁ ଉଠାଦୋକାନୀ ଆହୁରି ମଧ୍ୟ ସଂଘ କହିଛି ଯେ ମାନ୍ୟବର ହାଇକୋର୍ଟ ଙ୍କ ନିଦ୍ଦେର୍ଶ ରହିଛି ଯେ ଉଠାଦୋକାନୀ ଙ୍କ ପାଇଁ ସ୍ଥାୟୀ ଭେଣ୍ଡିଙ୍ଗ ଯୋନ ସ୍ଥାପନା କରାଯାଇ । ମହାନଗର ନିଗମ ସେକଥା ନକରି ଉଠାଦୋକାନୀ ଙ୍କୁ ବାରମ୍ବାର ଉଚ୍ଛେଦ କରିବାରେ ବ୍ୟସ୍ତ ବୋଲି ସଂଘ ଅଭିଯୋଗ କରିଛି । ମହାମାରି କରୋନା ଯୋଗୁ ସହରର ଗୋଲବଜାର ଅଞ୍ଚଳରେ ଦୋକାନ କରିଥିବା ଉଠାଦୋକାନୀ ଙ୍କ ଉଚ୍ଛେଦ କରାଯାଇଥିବା ବେଲେ ସେମାନଙ୍କୁ ବିଭିନ୍ନ ସ୍ଥାନ ରେ ଥଇଥାନ କରାଯାଇଥିଲା । ଏବେ ପୁଣି ଥରେ ସେମାନଙ୍କୁ ବିଭିନ୍ନ ସ୍ଥାନରୁ ଅଯଥା ସ୍ଥାନାନ୍ତର କରାଯାଉଛି । ଅପରପକ୍ଷରେ କୋଭିଡ ନିୟମ ମାନି ଗୋଲବଜାର ରେ ଦୋକାନ କରିଵା ପାଇଁ ଉଠା ଦୋକାନି ଙ୍କୁ ଅନୁମତି ଦେବାକୁ ସଂଘ ଦାବି କରିଛି । ସମ୍ବଲପୁର ମହାନଗର ନିଗମ କମିସନର ଉଠାଦୋକାନୀ ସଂଘର ଦାବି ନେଇ କହିଥିଲେ ଯେ ସହରର ସବୁ ଉଠାଦୋକାନୀ ଙ୍କୁ ଥଇଥାନ କରିବା ପାଇଁ ବ୍ୟବସ୍ଥା କରାଯିବ । ଏଥିସହ ଏନେଇ ଉଠାଦୋକାନୀ ସଂଘ ସହ ଆଲୋଚନା ପରେ ଏକ କମିଟି ଗଠନ କରାଯାଇ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି କମିସନର କହିଛନ୍ତି ।

 ସମ୍ବଲପୁର ସହରରେ  ଉଠାଦୋକାନି ସଂଘ ସେମାନଙ୍କୁ  ଥଇଥାନ ନକରି ଉଚ୍ଛେଦ କଲେ ଆଗକୁ ଲଡେଇ ଯୋରଦାର କରାଯିବ ବୋଲି ଚେତାବନୀ ଦେଇଛି ।

        

0
0
0
s2sdefault