ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଆତ୍ମ ନିଯୁକ୍ତି ବଳରେହିଁ ଓଡିଶା ସଶକ୍ତ ହୋଇ ପାରିବ । ବେରୋଜଗାର ଯୁବକ,ଯୁବତୀ ସ୍ୱାବଲମ୍ଭି ହୋଇପାରିଲେ ଏକ ନୂଆଁ ସୂର୍ଯ୍ୟର କିରଣରେ ଦେଶ ଓ ଜାତି ଆଲୋକିତ ହେବ । ଏଭଳି ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି ଉଦ୍ଦ୍ୟୋକ ଭିତ୍ତିକ ତାଲିମ ଶିବିରରେ ।
ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ସଦର ବନାଞ୍ଚଳ ସହଯୋଗରେ ଷ୍ଟେଟ ବ୍ୟାଙ୍କ ଗ୍ରାମିଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ୧୦ ଦିନିଆଁ ତାଲିମର ସପ୍ତମ ଦିନରେ ସ୍ୱାବଲମ୍ଭି ହେବାକୁ ପ୍ରୋତ୍ସାହନ ଦିଆଯାଇଛି ।ତାଲିମ ସଂଯୋଜକ ଝସକେତନ ସେଠଙ୍କ ସଂଯୋଜନାରେ ଅନୁଷ୍ଠିତ ତାଲିମରେ ଆଜି ସଶକ୍ତ ଓଡିଶାର ସଂଯୋଜକ ଶୈଳେଶ ଦାନୀ ,ସାମାଜିକ କର୍ମୀ ଫଣିନ୍ଦ୍ର ପଟ୍ଟନାୟକ ଯୋଗଦେଇ ସଶକ୍ତ ଓଡିଶା ଗଠନରେ ଯୁବ ସମାଜର ଭାଗିଦାରିତାକୁ ଗୁରୁତ୍ୱ ଦେଇଥିଲେ । ରେଙ୍ଗାଲି ବ୍ଲକର ତାଲବ ଗ୍ରାମ ପଞ୍ଚାୟତର ବରମୁଣ୍ତା,ଦେବେଇପାଲି ଓ ଚଅଁରାପଡାର ୩୧ ଜଣ ଯୁବତୀଙ୍କୁ ନେଇ ବରମୁଣ୍ଡା ବନାଞ୍ଚଳ ସେବା ସମିତିରେ ଏହା ଅନୁଷ୍ଠିତ ହେଉଛି । ଏହି ଶିବିରରେ ଏଫଏଲସି ପୁର୍ଣ୍ଣ ଚନ୍ଦ୍ର ପୁରୋହିତ,ଡାକ୍ତର ରାଜାରାମ ଷଡଙ୍ଗୀ ପ୍ରମୂଖ ତାଲିମ ପ୍ରଦାନ କରି ଆତ୍ମନିର୍ଭର ହେବା ପାଇଁ ବିଭିନ୍ନ କୌଶଳ ସହିତ ସଂଚୟର ମାର୍ଗ ଦେଖାଇ ଜୀବନର ପରିଚୟ ସୃଷ୍ଟି କରିବାକୁ ଚେତନାର ବାର୍ତ୍ତା ଦେଇଥିଲେ । ଏହି ଶିବିରକୁ ଉନ୍ନୟନ ଅଧିକାରୀ ସହଶ୍ରାଂସୁ ରଥ,ଭିଏସଏସ ସଭାନେତ୍ରୀ ଲୁଦିଆ ସିବିଲ ପରିଚାଳନା କରୁଛନ୍ତି । ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।