ହେଡଲାଇନସ୍:

ଲରପଙ୍କ ସ୍କୁଲରେ ପୂର୍ବ ଛାତ୍ର ମିଳନ ତଥା "ମୋ ସ୍କୁଲ" ଯୋଜନା ସକାଶେ ସଭା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହୀରାକୁଦ (ରମାକାନ୍ତ ବିଶ୍ବାଳ): ୦୧.୧୦.୧୯୫୮ ମସିହାରେ ସ୍ଥାପିତ ହୋଇ ଥିବା ଅଧୁନା ସମ୍ବଲପୁର ମହା ନଗର ନିଗମ ହୀରାକୁଦ ର ଲରପଙ୍କ ସ୍କୁଲ ଅଞ୍ଚଳର ସର୍ବ ପୂରାତନ ସ୍କୁଲ ମଧ୍ୟରୁ ଅନ୍ୟତମ ଅଟେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁ ଲୋକପ୍ରିୟ ଯୋଜନା ମଧ୍ୟରୁ "ମୋ ସ୍କୁଲ" ଯୋଜନା ଅନ୍ୟତମ, ତଥା ନିଜ ବିଦ୍ୟାଳୟ ପାଇଁ କିଛି କରିବା ପାଇଁ ଏହା ଏକ ଅଭିନବ ପ୍ରୟାସ । ଏହି ଯୋଜନାକୁ ଲରପଙ୍କ ସ୍କୁଲରେ କ୍ରିୟାଶୀଳ କରାଯିବା ସହିତ ସରକାରଙ୍କ ନିର୍ଦ୍ଧାରିତ କରୋନା ନିୟମାନୁଯାୟୀ ବେଶି ଭିଡ ନ କରି ପାଖ ପଡାରୁ ପୂର୍ବ ଛାତ୍ରଙ୍କ ପ୍ରତିନିଧି ଭାବରେ ୧୯୫୮ ବ୍ୟାଚ ର ଧିରେନ୍ଦ୍ର କୁମାର ଦାସ, ଗ୍ରାମ୍ୟ କମିଟୀ ସଭାପତି ଆଲେକଜାଣ୍ଡାର କୁଲ୍ଲୁ, ସ୍ବୟଂ ସହାୟକ ଗୋଷ୍ଠିର ସଭାପତି ଦୀପା ଆଇନ୍ଦ, ପୂର୍ବ ଛାତ୍ର ହୃଷିକେଶ ଓରାମ, ବବନ୍ ସିଂ, ନିରଞ୍ଜନ ସାହୁ, ସୁରେନ୍ଦ୍ର ସେଠି, ଭୀକାରି ଓରାମ (ପେଟୁ), ପୀତବାସ ନାୟକ, ବିଶିକେଶନ୍ ଓରାମ, ବସୁଦେବ ସେଠି, ଭୀମସେନ ଆଇନ୍ଦ, ରୋଶନ୍ କୁମାର ଚୌବେ, ଭୀକାରି ଓରାମ (୨), ଜୀତେନ୍ଦ୍ର ବେହେରା, ପୀତାମ୍ବର ଭୋଇ, ପରଦେଶୀ ବରାଳ, ରଘୁବୀର ନାୟକ, ସତ୍ୟ ନାରାୟଣ ନାୟକ, ଗୁରୁବାରୁ ଖଡିଆ, ଜଗନ୍ନାଥ ଡୁଙ୍ଗି ଚୌହାନ, ହେମଲାଲ ଚୌହାନ, ପୁରୁଷୋତ୍ତମ ଭୋଇ, ଲଲନ୍ ସିଂ, ସୁଶାନ୍ତ ବେହେରା, ଧନମାଳୀ ମିର୍ଦ୍ଧା, ରାଜେଶ ଓରାମ ଓ ଅନ୍ୟମାନେ ଯୋଗଦାନ କରିଥିଲେ ।

ଲକ୍ଷ୍ମୀ ପ୍ରସାଦ ମହାପାତ୍ର ଙ୍କ ସଭା ପରିଚାଳନା ରେ ଅନୁଷ୍ଠିତ ଏହି କ୍ରମରେ ସ୍କୁଲରେ ବୃକ୍ଷରୋପଣ, ସଫେଇ କାର୍ଯ୍ୟକ୍ରମ, ନୈଶ୍ୟଭୋଜି ସହିତ ଏକ ସଭା ଆୟୋଜନ ହୋଇଥିଲା l ସ୍କୁଲର ପୂର୍ବ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ମିଶ୍ରଙ୍କୁ ସ୍କୁଲର ବହୁବିଧ ଉନ୍ନତି ସାଧନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ହିମାଦ୍ରୀ ଦେହୁରୀ,  ମମତା ମହାନ୍ତି, ମିନତୀ ମିଶ୍ର ଯୋଗଦାନ କରିଥିବା ବେଳେ  ସେମାନଙ୍କୁ ଙ୍କୁ  ସମ୍ମାନିତ ମଧ୍ୟ  କରାଯାଇଥିଲା ।

         

0
0
0
s2sdefault