ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ମାନବ ଅଧିକାର ଉପରେ କାର୍ଯ୍ୟ କରୁଥିବା ସର୍ବ ଭାରତୀୟ ଉତ୍କଳିୟମ ଫାଉଣ୍ଡେସନର ଜିଲ୍ଲା ସଭାପତି ରୂପେ ସାମ୍ବାଦିକ ତଥା ସଂଗଠକ ସରୋଜ ସାହୁଙ୍କୁ ସମ୍ବଲପୁର ଜିଲ୍ଳା ସଭାପତି ରୂପେ ମନୋନିତ କରାଯାଇଛି । ଏହାର ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ ଏ ନେଇ ଆଜି ଘୋଷଣା କରି ସରୋଜଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ସୁଚନା ଯୋଗ୍ୟଯେ ବରିଷ୍ଟ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ ଏହାର ପଶ୍ଚିମ ଓଡିଶା ସଂଯୋଜକ ଥିବା ବେଳେ ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ପୁର୍ବରୁ ଓଡିଶା ଶାଖା ମହା ସଚିବ ଅଛନ୍ତି ।