ଇଂଜେକ୍ସନକୁ ମଧ୍ୟ ଅନୁମତି ଦେବାକୁ ନିଆଡାର ଦାବି।
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ): ଦେଶରେ ଆୟୁର୍ବେଦ ଡାକ୍ତରମାନଙ୍କ ଅସ୍ତ୍ରୋପଚାର (ସର୍ଜରି)କୁ ଭାରତ ସରକାର ଆଇନ ସମ୍ମତ ଘୋଷଣାକରି ଦେଶ ଓ ଭାରତୀୟ ଚିକିତ୍ସା ପଦ୍ଧତି ଉପରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ନନଏମ୍ଲୟି ଆୟୁର୍ବେଦ ଡାକ୍ତର ଆସୋସିଏସନ୍ (ନିଆଡା) ସ୍ୱାଗତ କରି ଦୀର୍ଘ ୨୫ ବର୍ଷର ଲଢେଇର ବିଜୟ ହୋଇଥିବା କହିଛି ।
ଏ ନେଇ ଇଣ୍ଡିଆନ ସେଣ୍ଟ୍ରାଲ୍ କାଉନସିଲ ଅଫ ମେଡିସିନ (ଆଇସିସିଏମ) ପକ୍ଷରୁ ଗତ ନଭେମ୍ବର ୧୯ ତାରିଖରେ ଘୋଷଣା କରିଛି ।ଯେଉଁଥିରେ ଆଇସିସିଏମ ରେଜୁଲେସନ ୨୦୧୬କୁ ସଂଶୋଧନ କରାଯାଇ ଆୟୁର୍ବେଦ ଡାକ୍ତରଙ୍କ ସର୍ଜରିକୁ ଆଇନ ସମ୍ମତ ବୋଲି ଉଲ୍ଲେଖ ଅଛି । ଏ ସଂକ୍ରାନ୍ତରେ ଭାରତ ସରକାରଙ୍କ ରାଜପତ୍ର ମଧ୍ୟ ପ୍ରକାଶ ପାଇଛି । ସୁଚନା ଯୋଗ୍ୟଯେ ପ୍ରାଚିନ କାଳରୁ ପ୍ରଭୁ ଧନ୍ମନ୍ତରୀଙ୍କ ସମୟରୁ ଏହି ଶୈଳ ଚିକିତ୍ସାକୁ ନେଇ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ରେ ବିକଶିତ ହୋଇଥିବା ବେଳେ ଆୟୁର୍ବେଦ ସର୍ଜରୀ ଓ ଇଂଜେକ୍ସନକୁ କେନ୍ଦ୍ର କଟକଣା ରହିଥିଲା । ଏବେବି ଆୟୁର୍ବେଦ ଇଂଜେକ୍ସନ ଉପରେ ସରକାରଙ୍କ କଟକଣା ଥିବା ବେଳେ ସର୍ଜରିକୁ ଅନୁମତି ମିଳିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ନିଆଡାର ରାଜ୍ୟ ଆବାହକ ଡା.ରାଜାରାମ ଷଡଙ୍ଗୀ ଏହାକୁ ସ୍ୱାଗତ କରି ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇବା ସହିତ ଆୟୁର୍ବେଦ ଇଂଜେକ୍ସନ ଉପରେ ବିଚାରକୁ ନେଇ ଏଥିରେ ମଧ୍ୟ ଅନୁମତି ପ୍ରଦାନ କରିବାନେଇ ଦୃଢ଼ ଆଶାବାଦି ଥିବା କହିଛି ।
କ୍ରମଶଃ ଆୟୁର୍ବେଦ ଚିକିତ୍ସା ପ୍ରତି ଲୋକଙ୍କ ଆସ୍ଥା ବଢୁଥିବା ଓ ରାଜ୍ୟରେ ଡାକ୍ତର ଅଭାବ ଏକ ପ୍ରମୂଖ ସମସ୍ୟା ହୋଇଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପ୍ରାଥମିକ ଚିକିତ୍ସା ଓ ରେଫରାଲ ସେଣ୍ଟର ହୋଇଥିବାରୁ ପିଏଚସି ଗୁଡିକରେ ଆୟୁଷ ଡାକ୍ତରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରି ସିଏଚସି ଉପରକୁ ସମସ୍ତ ଡାକ୍ତରଖାନାରେ ଏମବିବିଏସ ଓ ବିଶେଷଜ୍ଞ ଡାକ୍ତରି ସେବାକୁ ନିଶ୍ଚିତ କରାଇବା ଦିଗରେ ରାଜ୍ୟ ସରକାର ଏକ ଚ୍ୟଲେଞ୍ଚର ଭୁମିକା ନେଲେ ରାଜ୍ୟରୁ ଡାକ୍ତର ସମସ୍ୟାର ଏକ ପ୍ରକାର ସମାଧାନ ହେବା ସାଙ୍ଗକୁ ଡାକ୍ତରଙ୍କ ଚାପ ମୁକ୍ତି ସହିର ରାଜ୍ୟରେ ଚିକିତ୍ସା ସେବା ସୁଦୂରପ୍ରସାରୀ ହୋଇପାରିବ ବୋଲି ନିଆଡାର ଦୀର୍ଘ ୩୯ ବର୍ଷ ଦାବି ଓ ପରାମର୍ଶକୁ ରାଜ୍ୟ ସରକାର ଗ୍ରହଣ କରି ପଦକ୍ଷେପ ନେବେ ବୋଲି ଡା.ଷଡଙ୍ଗୀ ରାଜ୍ୟ ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।