ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଆସନ୍ତା ୨୬ ତାରିଖରେ କେନ୍ଦ୍ର ସରକାରଙ୍କ ଜନବିରୋଧି ନିତି ବିରୋଧରେ କେନ୍ଦ୍ରିୟ ଶ୍ରମିକ ସଂଗଠନ ସମୁହ ପକ୍ଷରୁ ସର୍ବଭାରତୀୟ ଧର୍ମଘଟ ର ଡାକରା ଦିଆଯାଇଛି । ଏହି ଧର୍ମଘଟ ରେ ୧୦୦ ରୁ ଉଦ୍ଦ ଫେଡେରେସନ ଓ ଆସୋସିଏସନ ସାମିଲ ରହି କେନ୍ଦ୍ର ସରକାର ଜନବିରୋଧି ନିତି ବିରୋଧରେ ପ୍ରତିବାଦ କରିବେ । ତେବେ ସମ୍ବଲପୁର ଠାରେ ମଧ୍ୟ ଏହି ଦିନିକିଆ ଧର୍ମଘଟ କୁ ସଫଳ କରିବା ପାଇଁ ସମ୍ବଲପୁର କେନ୍ଦ୍ରୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ ତରଫରୁ ବିଶେଷ ପଦକ୍ଷେପ ନିଆଯାଇଛି । ୨୬ ତାରିଖରେ ସମ୍ବଲପୁର ଜିଲ୍ଲା ର ସମସ୍ତ କେନ୍ଦ୍ରିୟ ଶ୍ରମିକ ସଂଗଠନ ମାନେ ରାଜରାସ୍ତା ରେ ଓଲ୍ଲାଇ ମୋଦି ସରକାରଙ୍କ କୄଷକ ବିରୋଧୀ, ଜନବିରୋଧି ନିତି ନେଇ ସ୍ୱର ଉତ୍ତୋଳନ କରିବେ । ଏଥିସହ ବେରୋଜଗାରି ,ଆକାଶଛୁ ଆ ଦରଦାମ ବୄଦ୍ଦି କୁ ବିରୋଧ କରି ବିକ୍ଷୋଭ ପଦର୍ଶନ କରିବେ ।
ସମ୍ବଲପୁର ଜିଲ୍ଲା ରେ INTUC,HMS,aituc, citu, swecc, କୁ ନେଇ ଗଠିତ ଶ୍ରମିକ ସଂଗଠନ ର ମିଳିତ ମଞ୍ଚ ଏହି ଦିନ ଧର୍ମଘଟ ରେ ସାମିଲ ରହିବା ସହ ଲୋକଙ୍କୁ ଏହି ଧର୍ମ ଘଟ କୁ ସଫଳ କରିବାରେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।