ସମ୍ବଲପୁର (ରମାକାନ୍ତବିଶ୍ବାଳ)--ଅଖିଳ ଭାରତୀୟ ରେଳ ନିୟନ୍ତ୍ରକ ସଂଗଠନ ର ଆହ୍ୱାନ କ୍ରମେ ଶୁକ୍ରବାର ସମ୍ବଲପୁର ରେଳ ମଣ୍ଡଳ ଠାରେ ରେଳ ନିୟନ୍ତ୍ରକ ସଂଗଠନ ପକ୍ଷରୁ ପ୍ରତିବାଦ ଦିବସ ପାଳନ ହୋଇଛି l ଏହା ସହିତ ଗତ ୧୯ ତାରିଖ ଦିନ ରେଳ ନିୟନ୍ତ୍ରକ ସଂଗଠନ ର ସମସ୍ତ ସଦସ୍ୟ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିଥିଲେ l ରାତ୍ରି କାଳୀନ ଭତ୍ତା ପୁନଃ ପ୍ରଚଳନ କରିବା ସହ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ବୀମା ପ୍ରଦାନ କରିବା, ସପ୍ତାହ କରେ ଥରେ ବିଶ୍ରାମ ଦେବା ଆଦି ଦାବୀ କରାଯାଇଛି l ଏ ନେଇ ଏକ ଦାବୀ ପତ୍ର ସଂଗଠନ ପକ୍ଷରୁ ରେଳ ମଣ୍ଡଳ ପ୍ରବନ୍ଧକ ଙ୍କୁ ପ୍ରଦାନ କରାଯାଇଥିଲା l ଏହି ଅବସରରେ ରେଳ ନିୟନ୍ତ୍ରକ ସଂଗଠନ ସମ୍ବଲପୁର ଅଧକ୍ଷ ଦୁର୍ଗା ପ୍ରସାଦ ତ୍ରିପାଠୀ, ସମ୍ପାଦକ ଏ.କେ. ପାଣିଗ୍ରାହୀ, ପ୍ରତାପ ବେହେରା, ନିମାଇଁ ଚରଣ ମୁଦୁଲି ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ l
ରାଜ୍ୟ
ସମ୍ବଲପୁର ରେଳ ନିୟନ୍ତ୍ରକ ସଂଗଠନ ପକ୍ଷରୁ ପ୍ରତିବାଦ ଦିବସ l
- Hits: 236