ହେଡଲାଇନସ୍:

ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଶ୍ୱ ବିଦ୍ୟାଳୟରୁ ପ୍ରଥମ କରି ପିଏଚଡି ଡିଗ୍ରୀ ହାସଲ କରିଥିବା ଛାତ୍ର ସିଦ୍ଧାନ୍ତ ମହାନ୍ତିଙ୍କ ସମେତ ୩ ଜଣଙ୍କୁ ଡିଗ୍ରୀ ପ୍ରଦାନ l

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଶୁକ୍ରବାର କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଅତନୁ କୁମାର ପତି ଏହି ଉତ୍ସବରେ ପୌରହିତ୍ୟ କରିଥିଲେ। ଅମୃତ ବିହାର ପରିସର ମୁକ୍ତମଞ୍ଚରେ ଆୟୋଜିତ ସମାରୋହରେ କୁଳପତି ପ୍ରଫେସର ପତି, କୁଳସଚିବ ଗିରୀଶଚନ୍ଦ୍ର ସିଂ ଓ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସଚ୍ଚିଦାନନ୍ଦ ମହାପାତ୍ର ମଞ୍ଚାସୀନ ଥିବାବେଳେ ଉପକୁଳସଚିବ ଡ. ଉମାଚରଣ ପତି ସଂଯୋଜନା କରିଥିଲେ। 

       ଦ୍ବିତୀୟ ସମାବର୍ତ୍ତନ ସମାରୋହରେ ବିଶ୍ୱବିଦ୍ୟାଳୟରୁ ପ୍ରଥମ କରି ପିଏଚଡି ଡିଗ୍ରୀ ହାସଲ କରିଥିବା ତିନିଜଣ ଛାତ୍ରଛାତ୍ରୀ ସିଦ୍ଧାନ୍ତ ମହାନ୍ତି, ସରୋଜିନୀ ମିଞ୍ଜ ଓ ରାକେଶ ସ୍ୱାଇଁ ଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ୨୦୧୯ ଓ ୨୦୨୦ ବର୍ଷରେ ସ୍ନାତକ, ସ୍ନାତକୋତର ଓ ଏମଫିଲରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା l

                କୁଳସଚିବ ଓ ପିଜି କାଉନସିଲ ଚେୟାରମ୍ୟାନ ଘୋଷଣା କରିଥିବା ଏଥିମଧ୍ୟରେ ମୋଟ ୧୭୪ଟି ମେଧା ପଦକ ଏବଂ ୧୨ଟି ସ୍ମାରକୀ ପଦକ ବିଜେତାଙ୍କ ନାମ ରହିଛି। ତେବେ, କୋଭିଡ କଟକଣା ହେତୁ ଡିଗ୍ରୀ ପାଇବାକୁ ଯୋଗ୍ୟ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇ ପର୍ଯ୍ୟାୟକ୍ରମେ ଉକ୍ତ ପଦକ ଓ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ବିଶ୍ବବିଦ୍ୟାଳୟର ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ, ଅଧ୍ୟାପକ  ଅଧ୍ୟାପିକା, କର୍ମଚାରୀ ତଥା ପୁରାତନ ଛାତ୍ରଛାତ୍ରୀ ଓ ଅତିଥିମାନେ ଭର୍ଚୁଆଲ ମାଧ୍ୟମରେ ଏହି ସମାରୋହରେ ସାମିଲ ହୋଇଥିଲେ।

   

0
0
0
s2sdefault