ହେଡଲାଇନସ୍:

ବିଦାହେଲେ ଅଖିଳେଶ୍ୱର ସିଂ, ୧ ଏସଆଇଙ୍କ ସମେତ ୨ କନେଷ୍ଟବଲ ନିଳମ୍ବିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପୁରୀ : ହାଜତ ମୃତ୍ୟୁ ମାମଲାରେ ଶୁକ୍ରବାର ବିଦା ହୋଇଛନ୍ତି  ପୁରୀ ଏସପି ଅଖିଳେଶ୍ୱର ସିଂ।  ଶନିବା ନୁଆ ଏସପି ଭାବେ କନୱର ବିଶାଲ ସିଂ କାର୍ଯ୍ୟରେ ଯୋଗଦେବେ । ଏଥିସହ  ୧ ଏସଆଇ ବିପ୍ଳବ କୁମାର ପ୍ରଧାନ ସମେତ ୨ କନେଷ୍ଟବଲ ଜଗନ୍ନାଥ ସ୍ୱାଇଁ ଓ ବାବୁଲି ବେହେରାଙ୍କୁ  ନିଳମ୍ବିତ କରାଯାଇଛି । 

ସୂଚନା ଥାଉକି, ପୁରୀରେ ହାଜତ ମୃତ୍ୟୁ ହେବାପରେ ସହରରେ ଆନ୍ଦୋଳନ ଯୋର ଧରିଥିଲା । ଏସପିଙ୍କ ବଦଳି ସହ ଆଇଆଇସି ଜୀବନାନନ୍ଦ ଜେନାଙ୍କ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିଭିନ୍ନ ରାଜନୈତିକ ଦଳ ସହ କେତେକ ସଂଗଠନ ଆନ୍ଦୋଳନ କରିଥିଲେ । ଘଟଣାର ଗୁରୁତ୍ବକୁ ନେଇ ଏସପିଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ଦୁଇ କନେଷ୍ଟବଲଙ୍କୁ ସହ ଜଣେ ଏସଆଇଙ୍କୁ ସସ୍ପେଣ୍ଡ କରାଯାଇଛି । 

ଅନ୍ୟ ପଟେ ଏନଏଚଆରସି ଓ ମାନ୍ୟବର  ହାଇକୋର୍ଟ ଏ ନେଇ ସରକାରଙ୍କୁ ରିପୋର୍ଟ ମାଗିବା ପରେ ରାଜ୍ୟ ସରକାରଙ୍କ  ଅଡୁଆ ବଢିଛି । ସୋମବାର ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବା ପାଇଁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀର ଆଇନଜୀବୀ ଶରତ କୁମାର ରାୟଗୁରୁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

0
0
0
s2sdefault