-
ଧନ୍ୟବାଦ ଯୁବ ସମାଜସେବୀ ଦିବସ ସାହୁ ଆପଣଙ୍କ ଟୁଇଟ ପାଇଁ
-
ସରକାର ବି ଜାଣିବା ପରେ ନେଲେ ତତ୍କାଳ ପଦକ୍ଷେପ
ବଲାଙ୍ଗୀର/ସ୍ୱତନ୍ତ୍ର ପ୍ରତିନିଧି : "ଶାସକ ପ୍ରଶାସକ" ଛୋଟିଆ ଉଦ୍ୟମ କରିଥିଲା | ଗରିବ ଅସହାୟଙ୍କ କଥା ପ୍ରକାଶ କରିଥିଲା ସରକାରଙ୍କ ଅବଗତି ଓ ସମସ୍ୟା ନିରାକରଣ ସକାଶେ | ଆଉ ତାହା ରଙ୍ଗ ଆଣିଛି ଓ କିଛିଟା ହସ ଫୁଟାଇଛି ୨୫ ଜଣ ହିତାଧିକାରୀଙ୍କ ମୁହଁରେ ସରକାରଙ୍କ ସକାରାତ୍ମକ ତଥା ତତ୍କାଳ ପଦକ୍ଷେପ ଯୋଗୁ |
ଗତ ନଭେମ୍ବର 01 ତାରିଖରେ ଶାସକ ପ୍ରଶାସକ ନ୍ୟୁଜ ପୋର୍ଟାଲ ରେ " ମାଓ ପ୍ରବଣ ଜମୂନାପାଲୀ ଗ୍ରାମରେ ଭତ୍ତା ହେଇଛି ସାତସପନ " ଶୀର୍ଷକ ପ୍ରକାଶିତ ହୋଇଥିଲା |ଏହି ଖବରକୁ ବରଗଡ଼ ଜିଲ୍ଲାର ସମାଜସେବୀ ଦିବସ କୁମାର ସାହୁ ଟ୍ୱିଟର ମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ,ସାମାଜିକ ସୁରକ୍ଷା ଓ କଲ୍ୟାଣ ବିଭାଗ,ସାମାଜିକ ସୁରକ୍ଷା ଓ କଲ୍ୟାଣ ବିଭାଗ କମିଶନର ଭାସ୍କର ଜ୍ୟୋତି ଶର୍ମା,ସାମାଜିକ ସୁରକ୍ଷା ଓ କଲ୍ୟାଣ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବଲାଙ୍ଗୀର ଜିଲ୍ଲପାଳ ଚଞ୍ଚଳ ରଣା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ଏହାରି ଉତ୍ତରରେ ସାମାଜିକ ସୁରକ୍ଷା ଓ କଲ୍ୟାଣ ବିଭାଗ 25 ଜଣଙ୍କ ଭତ୍ତା ହୋଇଥିବା ନେଇ ଉତ୍ତର ରଖିଥିଲା |ଏହି ଖବର ପାଇଲା ପରେ ହିତାଧିକାରୀ ମାନେ ଉଲ୍ଲସିତ ହୋଇ " ଶାସକ ପ୍ରଶାସକ " କୁ ଧନ୍ୟବାଦ ଦେଇଛନ୍ତି | ତ୍ୱରିତ ଅଭିଯୋଗ କୁ ଗୁରୁତ୍ୱ ଦେଇ ଅଭିଯୋଗର ସମାଧାନ କରିଥିବାରୁ " ଶାସକ ପ୍ରଶାସକ " ତରଫରୁ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ସାମାଜିକ ସୁରକ୍ଷା ଓ କଲ୍ୟାଣ ବିଭାଗ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବଲାଙ୍ଗୀର ଜିଲ୍ଲପାଳ ଚଞ୍ଚଳ ରଣା,ଖପ୍ରାଖୋଲ ବିଡ଼ିଓ ତରଣୀ ସୁନାଙ୍କୁ କୃତଜ୍ଞତା ଜ୍ଞାପନ କରୁଅଛୁ |ଏକା ଥରକେ 25 ଜଣ ଭତ୍ତାପାଇବା ପରେ ଜମୂନାପାଲୀ ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳୁଛି |